ବାହାରିଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା: ନଜର ରଖୁଛି ଡ୍ରୋନ୍‌

ସମ୍ବଲପୁର,୧୪।୪(ବ୍ୟୁରୋ): ସମ୍ବଲପୁର ସହରରେ କଡ଼ା ସୁରକ୍ଷା ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନ କରାଯାଇଛି। ସା ସମୟରେ ଏହି ଶୋାଭାଯାତ୍ରା ଧନକଉଡ଼ାଠାରୁ ବାହାରିଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ଥିବା ବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍‌ପି ବାତୁଲା ଗଙ୍ଗାଧର ପହଞ୍ଚି ଗତିବିଧି ଉପରେ ନଜର ରଖିଛନ୍ତି।
ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ଶୋଭାଯାତ୍ରା ପୂର୍ବରୁ ଡ୍ରୋନ୍‌ ଉଡ଼ୁଛି। ତେବେ ଗତ ବୁଧବାର ସା ସମୟରେ ଏକ ସଂଗଠନ ପକ୍ଷରୁ ଆୟୋଜିତ ରାଲି ଉପରକୁ ପଥରମା ଘଟଣା ପରେ ଜିଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

Share