ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ହୋଇଛି। ପାଟଣା ବ୍ଲକ୍‌ ସ୍ବାମଛକ ହନୁମାନ ମନ୍ଦିରରେ ନୀତିକାନ୍ତିରେ ହନୁମାନ ଜୟନ୍ତି ପାଳିତ ହୋଇଛି। ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ ଓ ଜିତେନ୍ଦ୍ର ମିଶ୍ର ହୋମ ଜଜ୍ଞ ଅନୁଷ୍ଠାନ କରିଥିବା ବେଳେ କର୍ତା ଭାବେ ଗୌରୀ ରଞ୍ଜନ ମିଶ୍ର, ଝୁନାରାଣୀ ଶସ୍ତ୍ରୀକ ଦେବ ନୀତି ସମ୍ପାଦନ କରିଛନ୍ତି। ମନ୍ଦିର କମିଟିର ବିରମୋହନ ଦ୍ବିବେଦୀ, ଓମ ପ୍ରକାଶ ପରିଡା, ଅଜୟ କୁମାର ପରିଡା, ଅର୍ଜୁନ ମହାନ୍ତ ଓ କ୍ଷେତ୍ରବାସୀ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଥଚାରୀଙ୍କୁ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ସେହିଭଳି ମୂଷାଖୋରି ପଞ୍ଚାୟତ ମଲ୍ଲିପଶିସ୍ଥିତ ଦାରା ସିଂ ଛକ ନିକଟରେ ବଜରଙ୍ଗ କମିଟି ତରଫରୁ ସୋମବାର ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି। କର୍ତ୍ତାଭାବେ ସସ୍ତ୍ରିକ ପ୍ରଫୁଲ୍ଲ ରଣା ଓ ଜାନକୀ ରଣା ଦେବନୀତି ସମ୍ପାଦନ କରିଥିଲେ। କୁଳମଣି ଷଡ଼ଙ୍ଗୀ ଓ ସହଯୋଗୀ ପୂଜା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା...

ଭଞ୍ଜଙ୍କ କାବ୍ୟ, କବିତାର ସୁରକ୍ଷା କରାଯିବ: ବିଧାୟକ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଶ୍ରୀବିଘ୍ନରାଜ ଚାରିଟେବୁଲ ଏବଂ ସମ୍ଭବ ସାହିତ୍ୟ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଶନିବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି...

ପାହଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ସୋରଡ଼ା,୨୭ା୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡଗଡ ଥାନା ଏକଲପୁର ପଞ୍ଚାୟତ ହରିପୁର ଗ୍ରାମ ନିକଟ ପାହାଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ...

ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ...

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ସର୍ବେଶ୍ୱର ସାହୁ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗତ ମାର୍ଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image