ହନୁମାନ ଜୟନ୍ତୀ ଉତ୍ସବ, ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ବାଲିଗୁଡା,୧୪।୦୪,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ସଦର ମହକୁମା ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିରଠାରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ହନୁମାନ ଚାଳିସା ବହି ବଣ୍ଟନ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି ତରଫରୁ ପଣା ଭୋଗ ଲାଗି କରିବା ପରେ ଏହା ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନରେ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ। ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ଓ ସମସ୍ତ ଦେବାଦେବୀ ପୀଠରେ ସ୍ବତନ୍ତ୍ର ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ଭକ୍ତ ମାନେ ସମସ୍ତ ଦେବାଦେବୀ ଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷକୁ ସ୍ବାଗତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକାକୁ ପୂଜାକରି ପଠନ କରିଥିଲେ। ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି। ସକାଳେ ଓ ସାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପଣା ଭୋଗ କରି ବଣ୍ଟନ କରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି ଶ୍ରୀ ଶ୍ରୀ ଶ୍ରୀ ହରି ଓ ମା ’ତାରିଣୀ ପୀଠ କମିଟି ତରଫରୁ ମନ୍ଦିର ପରିସରରେ ନାଟକ ‘ଲକ୍ଷ୍ମୀ ଅଲକ୍ଷ୍ମୀ କଳ’ ବା ‘ଧର୍ମର ହେବ ଜୟ’ ମଞ୍ଚସ୍ଥ ହୋଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ...

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର...

୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ

ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ...

ଭୁବନେଶ୍ୱର ଷ୍ଟେଶନରେ ହାଇ ଆଲର୍ଟ: ଆର୍‌ପିଏଫ୍‌ର ଫ୍ଳାଗ ମାର୍ଚ୍ଚ

ଭୁବନେଶ୍ୱର,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ,...

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image