ଦେବଗଡ଼ରେ ମାତିଛନ୍ତି ହନୁମାନ ପଇସା ବେପାରୀ: ଦୁଇ ଦିନରେ ୨ଜଣଙ୍କୁ ବାନ୍ଧିଲାଣି ପୋଲିସ

ଦେବଗଡ଼,୧୫।୯(ଡି.ଏନ୍‌.ଏ.): ଦେବଗଡ଼ ଥାନା ଝାଡ଼େଶ୍ୱର ମନ୍ଦିର ନିକଟରେ ୨ ଲକ୍ଷ ଟଙ୍କାରେ ଗୋଟିଏ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇ ଜିଲା ପୋଲିସର ସ୍ପେଶାଲ ଟିମ୍‌ ଚଢାଉ କରିଥିଲା । ଚଢାଉ ସମୟରେ ଢେଙ୍କାନାଳ ଜିଲା ଭୂବନ ଥାନା ଡଙ୍ଗାଘାଟ ଗ୍ରାମର ବ୍ରହ୍ମାନନ୍ଦ ବଳଙ୍କୁ ପୋଲିସ କାବୁ କରିଥିବା ବେଳେ ତାଙ୍କଠାରୁ ଗୋଟିଏ ହନୁମାନ ପଇସା ଜବତ କରିଛି । ଏଥିସହ ଦୁଇଦିନ ତଳେ ରିଆମାଳ ଥାନା କତ୍ରାପାଲି ଗ୍ରାମ ନିକଟରେ ୫ ଲକ୍ଷ ଟଙ୍କାରେ ହନୁମାନ ପଇସା ଡିଲ ବେଳେ ପୋଲିସ ଗ୍ରାହକ ବେଶରେ ଚଢାଉ କରି ୨ ଟି ହନୁମାନ ପଇସା ଜବତ କରିଥିଲା । ଏହି ଅଭିଯୋଗରେ ରିଆମାଳ ଥାନା ହରିହରପୁର ଗ୍ରାମର ଜୋଗିନ୍ଦ୍ର ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜିଲାରେ ଦିନକୁ ଦିନ ହନୁମାନ ପଇସା ବେପାରୀ ସକ୍ରିୟ ହେଉଥିବା ଦେଖାଯାଇଛି । ହନୁମାନ ପଇସା ନାମରେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାର ଠକେଇ କରୁଥିବା ଅଭିଯୋଗ ହେଉଛି । ଏହି ର଼୍ୟାକେଟ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରାଯାଉଥିବା ସ୍ପେଶାଲ ପୋଲିସ ଟିମର ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର ସୂଚନା ଦେଇଛନ୍ତି ।

Share