ମୁମ୍ବାଇ: ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଗତବର୍ଷଠାରୁ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଯାହା ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଫିଲ୍ମଟି ପ୍ରଥମ ଦିନରେ ଏକ ଜବରଦସ୍ତ ରେକର୍ଡ କରିବ ବୋଲି ଆଶା କରାଯାଉଛି। ଆଦିପୁରୁଷ ଆଗୁଆ ବୁକିଂ ନମ୍ବର ସହିତ ବକ୍ସ ଅଫିସରେ ନିଆଁ ଲଗାଇ ଦେଇଛି। ଓମ୍ ରାଓ୍ବତଙ୍କ ଫିଲ୍ମରେ ପ୍ରଭାସ (ପ୍ରଭୁ ରାମ), କ୍ରୀତି ସାନନ (ସୀତା), ସୈଫ୍ ଅଲ୍ଲୀ ଖାନ (ରାବଣ) ଏବଂ ଦେବଦତ୍ତ ନାଗ (ହନୁମାନ) ଭୂମିକାରେ ଅଭିନୟ କରୁଛନ୍ତି।
ତେବେ ଆଜି ମହାବଳୀ ହନୁମାନଙ୍କ ସିଟ୍ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଗତ ସପ୍ତାହରେ ନିର୍ମାତା ଏକ ବିଶେଷ ଘୋଷଣା କରିଥିଲେ ଯେ, ଆଦିପୁରୁଷ ପ୍ରଦର୍ଶନ କରୁଥିବା ପ୍ରତ୍ୟେକ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ଏକ ସିଟ୍ ସଂରକ୍ଷିତ ରହିବ। ସେ କହିଛନ୍ତି, ‘ପ୍ରଭୁ ହନୁମାନ ଯେଉଁଠାରେ ରାମାୟଣ ପଢ଼ାଯାଏ ସେଠାରେ ଦେଖାଯାଆନ୍ତି। ଏହା ଆମର ବିଶ୍ୱାସ। ଏହି ବିଶ୍ୱାସକୁ ସମ୍ମାନ ଜଣାଇ ସିଟ୍ ଟିକେଟ୍ ବିକ୍ରି କରା ନ ଯାଇ ସଂରକ୍ଷଣ ରଖାଯାଇଛି। ଏହି ସିଟ୍କୁ ଫୁଲରେ ସଜାଯାଇଛି।