ଧନୁଷ -ଐଶ୍ୱର୍ଯ୍ୟା ଲଭ ଷ୍ଟୋରୀ: ଜାଣନ୍ତୁ କିପରି ହୋଇଥିଲା ପ୍ରେମ

ସାଉଥ ସୁପରଷ୍ଟାର ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ସେମାନଙ୍କର ୧୮ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କରିଛନ୍ତି। ତେବେ ଦିନେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଉଭୟଙ୍କ ପ୍ରେମ କିପରି ହୋଇଥିଲା, ଜାଣନ୍ତୁ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଲଭ ଷ୍ଟୋରୀ ବିଷୟରେ …
ଉଭୟଙ୍କ ପ୍ରଥମ ସାକ୍ଷାତ ଏକ ଫିଲ୍ମରେ ହୋଇଥିଲା। ଧନୁଷଙ୍କ ଫିଲ୍ମ ‘କାଧଲ କୋଣ୍ଡେ’ ରିଲିଜ ସମୟରେ ଦୁହିଁଙ୍କ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା। ଧନୁଷ ତାଙ୍କ ପରିବାର ସହିତ ସିନେମା ହଲକୁ ଯାଇଥିଲେ, ଐଶ୍ୱର୍ଯ୍ୟା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସିନେମା ‘ମାଲିକ’ ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ଧନୁଷଙ୍କ ସହ ପରିଚିତ କରାଇଥିଲା। ପରେ ଅଭିନେତ୍ରୀ ଧନୁଷଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ତାହାର ପରଦିନ ଐଶ୍ୱର୍ଯ୍ୟା ଧନୁଷଙ୍କୁ ଏକ ପୁଷ୍ପଗୁଚ୍ଛ ସହ ଏକ ନୋଟ ଲେଖିଥିଲେ। ସେତେବେଳେ ଐଶ୍ୱର୍ଯ୍ୟାଙ୍କୁ ଧନୁଷ ପସନ୍ଦ କରୁଥିଲେ ସୁଦ୍ଧା ତାଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନ ଥିଲା। ପରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିରୁ ଉଭୟଙ୍କ ପରିବାର ଅନୁଭବ କରିଥିଲେ ଦୁହେଁ ଭଲ ଜୀବନସାଥୀ ହୋଇ ପାରିବେ । ବିବାହ ପୂର୍ବରୁ ଦୁହେଁ ଡେଟିଂ କରୁଥିଲେ। ୨ ବର୍ଷ ବଡ଼ ଐଶ୍ୱର୍ଯ୍ୟାଙ୍କୁ ୧୮ ନଭେମ୍ବର ୨୦୦୪ରେ ଧନୁଷ ବିବାହ କରିଥିଲେ। ଐଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ, ଆମେ ଦୁହେଁ ଦୁହିଙ୍କୁ ସ୍କୋପ ଦେଉଛୁ। ଏକାଠି ରହିବା ପାଇଁ କେହି କାହାକୁ ବଦଳାଇବାକୁ ଚେଷ୍ଟା କରିନାହୁଁ।

Share