‘ହାପି ବାର୍ଥ ଡେ ପାରୁ’, ପରିଣିତିଙ୍କ ପାଇଁ ଏମିତି ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ରବିବାର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କ ସ୍ବାମୀ ରାଘବ ଚଢା ତାଙ୍କୁ ଏକ ଖାସ୍‌ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରାଘବ ତାଙ୍କ ପତ୍ନୀଙ୍କ ସହ ଅନେକ ଅଦେଖଶ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ପରିଣିତିଙ୍କ ସହ ଫଟୋ ଶେୟାର କରିବା ବେଳେ ରାଘବ ଚଢା କ୍ୟାପସନରେ ଲେଖିଥିଲେ – ତୁମେ ମୋ ଜୀବନକୁ ସୁପରଷ୍ଟାର ପରି ଉଜ୍ଜ୍ୱଳ କରୁଛ ପାରୁ! ତୁମର କେବଳ ଗୋଟିଏ ହସ ମୋର ବିଶୃଙ୍ଖଳିତ ଜୀବନକୁ ବେହତରିନ ବନା ସକତି ହେବ, ତୁମେ ମୋ ଦୁନିଆରେ ବହୁତ ଖୁସି ଆଣିଛ। ଏହି ବିଶେଷ ଦିନରେ, ମୁଁ ସେହି ଶ୍ରେଷ୍ଠ ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଛି। ଏହି ଫଟୋଗୁଡ଼ିକ ହସ, ପ୍ରେମ ଏବଂ ସର୍ବୋତ୍ତମ ମୁହୂର୍ତ୍ତରେ ପରିପୂର୍ଣ୍ଣ … ଆମର ପ୍ରଥମ ବର୍ଷର ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକ ପରି ଜନ୍ମଦିନର ଅନେ ଅନେକ ଶୁଭେଚ୍ଛା ଅର୍ଦ୍ଧାଙ୍ଗିନୀ।
ପରିଣିତି ଚୋପ୍ରା ୨୨ଅକ୍ଟୋବର ୧୯୮୮ରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ। ଏହି ଅଭିନେତ୍ରୀଙ୍କୁ ୩୫ ବର୍ଷ ବୟସ ହୋଇଛି। ବିବାହ ପରେ ଅଭିନେତ୍ରୀ ତାଙ୍କ ସ୍ବାମୀ ରାଘବ ଚଢାଙ୍କ ସହ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସୂଚନାଯୋଗ୍ୟ, ପରିଣିତିି ଏବଂ ରାଘବ ସେମାନଙ୍କ ବିବାହ ଏବଂ ଏହା ସହିତ ଜଡିତ ସମସ୍ତ କାର୍ଯ୍ୟକୁ ଅତି ବ୍ୟକ୍ତିଗତ ରଖିଥିଲେ। ବିବାହ କ୍ଲିପ କିମ୍ବା ଫଟୋ କ୍ଲିକ କରିବାକୁ କାହାକୁ ଅନୁମତି ଦିଆଯାଇ ନ ଥିଲା । ତେବେ ବିବାହ ପରେ ଏହି ଦମ୍ପତି ସୋସିଆଲ ମିଡିଆରେ ସ୍ବତନ୍ତ୍ର ଫଟୋ ପୋଷ୍ଟ କରିଥିଲେ। ଉଦୟପୁରର ଲୀଲା ପ୍ୟାଲେସରେ ଏକ ସୁନ୍ଦର ସମାରୋହରେ ପରିଣିତି ଏବଂ ରାଘବ ସାତ ଫେରା ନେଇଥିଲେ।

Share