ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆଗାମୀ ଫିଲ୍ମ ‘ତେଜସ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପରେ ଅଭିନେତ୍ରୀଙ୍କ ଏହି ଲୋକପ୍ରିୟ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। କଙ୍ଗନାଙ୍କ ଘରକୁ ଅର୍ଥାତ ଭାଇ ଅକ୍ଷତ ରାଣାଓ୍ବତଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଅକ୍ଷତଙ୍କର ଗୋଟିଏ ପୁଅ ହୋଇଛି। କଙ୍ଗନା ପିଉସୀ ହୋଇଯାଇଛନ୍ତି।

କଙ୍ଗନା ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ପିଉସୀ ହେବାର ସୂଚନା ଶେୟାର କରିଛନ୍ତି। ସେ ତାଙ୍କ ନୂଆ ଅତିଥିଙ୍କ ଫଟୋ ବି ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଆଜିର ବିଶେଷ ଦିନରେ ଆମ ପରିବାରରେ କୁନି ଅତିଥି ଆସିଛନ୍ତି। ମୋ ଭାଇ ଅକ୍ଷତ ଏବଂ ଭାଉଜ ରିତୁ ଏକ ପୁତ୍ର ରତ୍ନଙ୍କ ସହ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଆମେ ଏହି ଶିଶୁର ନାମ ଅଶ୍ୱଥାମା ରାଣାଓ୍ବତ ନାମ ରଖିଛୁ।

Share