୩ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ବିବାହ ପୂର୍ବରୁ ମା’ ହୋଇଥିଲେ ଗର୍ଲଫ୍ରେଣ୍ଡ

ସାଉଥ ସିନେମାର ପାୱାର ଷ୍ଟାର ଚିରଞ୍ଜୀବୀଙ୍କ ଭାଇ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ୫୦ ବର୍ଷ ବୟସ ହୋଇଛି। ସେ ସେପ୍ଟେମ୍ବର ୨, ୧୯୭୧ ରେ ବାପାତଲାରେ ଜନ୍ମଗ୍ରହଣ କରିଥିଲେ। ପୱନ ତେଲୁଗୁ ସିନେମାର ଜଣେ ଜଣାଶୁଣା ଅଭିନେତା। ତାଙ୍କ ଚଳଚ୍ଚିତ୍ର ସହିତ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚାରେ ଥାନ୍ତି। ପଓ୍ବନ ଗୋଟିଏ ନୁହେଁ ତିନୋଟି ବିବାହ କରିଛନ୍ତି । ଦକ୍ଷିଣର ସୁପରଷ୍ଟାର ଅଭିନେତା ଚିରଞ୍ଜୀବୀଙ୍କ ଭାଇ ହୋଇଥିବାରୁ ତାଙ୍କୁ ଚଳଚ୍ଚିତ୍ରରେ ପ୍ରବେଶ କରିବାକୁ ଅଧିକ ସଂଘର୍ଷ କରିବାକୁ ପଡି ନ ଥିଲା। ସେ ୧୯୯୬ରେ ତେଲୁଗୁ ଚଳଚ୍ଚିତ୍ର ‘ଅକ୍କଦା ଅମାଇ ଇକ୍କଦା ଅବ୍ବାଇ’ ରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ବଲିଉଡ ଫିଲ୍ମ ‘କୟାମତ ସେ କୟାମତ ତକ’ର ରିମେକ ଥିଲା। ପୱନ ତାଙ୍କ ଚଳଚ୍ଚିତ୍ରକୁ ଦେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେିତିକି ଚର୍ଚ୍ଚାରେ ରୁହନ୍ତି। ସେ ଗୋଟିଏ ନୁହେଁ, ତିନୋଟି ବିବାହ କରିଛନ୍ତି। ୧୯୯୭ରେ ସେ ପ୍ରଥମେ ନନ୍ଦିନୀଙ୍କୁ ବିବାହ କରିଥିଲେ। ଏହା ପରେ, ସେ ୨୦୦୪ରେ ରେଣୁ ଦେଶାଇଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଏକ ଶିଶୁର ପିତା ମଧ୍ୟ ହୋଇଥିଲେ। ଏହି ସମୟରେ ପୱନ ଏବଂ ନନ୍ଦିନୀ ଛାଡପତ୍ର ଦେଇ ନ ଥିଲେ।
ଏହା ପରେ, ପୱନ ଏବଂ ନନ୍ଦିନୀ ୨୦୦୭ ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଏକ ବର୍ଷ ପରେ ସେମାନେ ଛାଡପତ୍ର ହୋଇଥିଲା। ପ୍ରଥମ ସ୍ତ୍ରୀ ପରେ ପୱନ ରେଣୁ ଦେଶାଇଙ୍କ ସହ ସମ୍ପର୍କ ସ୍ବୀକାର କରିଥିଲେ ଏବଂ ଜାନୁୟାରୀ ୨୯,୨୦୦୯ରେ ଦୁହେଁ ବିବାହ କରିଥିଲେ। ବିବାହ ପରେ କିଛି ସମୟ ପାଇଁ ସେମାନଙ୍କ ସମ୍ପର୍କ ଭଲ ଚାଲିଥିଲା। କିନ୍ତୁ ପରେ ସମ୍ପର୍କ ଖରାପ ହୋଇଗଲା। ୨୦୧୨ରେ ଉଭୟଙ୍କର ଛାଡପତ୍ର ହୋଇଥିଲେ।
ଏହା ପରେ ତୃତୀୟ ବିବାହର ପର୍ଯ୍ୟାୟ ଆସିଲ। ପୱାନ ରୁଷର ମଡେଲ ତଥା ଅଭିନେତ୍ରୀ ଆନ୍ନା ଲେଜନେଭାଙ୍କୁ ତୃତୀୟ ଥର ବିବାହ କରିଥିଲେ। ଫିଲ୍ମ ‘ତିନ୍‌ ମାର’ର ଶୁଟିଂ ସମୟରେ ସେମାନଙ୍କର ସାକ୍ଷାତ ହୋଇଥିଲା। ଆନ୍ନା ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଏକ ସନ୍ତାନ ଥିଲା । ତେବେ, ପୱନ ଏବଂ ଆନ୍ନାଙ୍କର ଶଙ୍କର ପାଭୋଭିଚ ନାମକ ଏକ ସନ୍ତାନ ଅଛି। ତାଙ୍କ ପିଲାମାନଙ୍କ ସହିତ ପୱନ ମଧ୍ୟ ଆନ୍ନାଙ୍କ ପିଲାଙ୍କୁ ବଢେଥିଲେ। ଦୁହେଁ ଏବେ ନିଜ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।

Share