ସାତ ବର୍ଷରେ କେତେ ବଦଳି ଗଲେଣି ମୁନ୍ନି

ମୁମ୍ବାଇ: ୨୦୧୫ରେ ଆସିଥିବା ବଲିଉଡ ମୁଭି ‘ବଜରଙ୍ଗି ଭାଇଜାନ’ର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁନ୍ନି(ହର୍ଷାଳି ମାଲହୋତ୍ରା) । ତାଙ୍କର ସରଳତା ସମସ୍ତଙ୍କ ହୃଦୟ ଜିତିଥିଲା । ଏବେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି କୁନି ଝିଅ ୧୪ ବର୍ଷ ବୟସରେ ପାଦ ରଖିଛନ୍ତି । ହେଲେ ଏବେ ହର୍ଷାଳି କେତେ ବଦଳି ଯାଇଛନ୍ତି ତାକୁ ଦେଖିବାକୁ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା । ବିଭିନ୍ନ ସମୟରେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଓ ଭିଡିଓ ଶେୟାର କରୁଛନ୍ତି । ଏହାକୁ ଦେଖି ଜଣାପଡୁଛି ହର୍ଷାଳି ବେଶି ବଦଳି ନାହାନ୍ତି । ହେଲେ ‘ବଜରଙ୍ଗି ଭାଇଜାନ’ ପରେ ସେ ଆଉ କୌଣସି ବଲିଉଡ ମୁଭିରେ ନଜର ଆସି ନ ଥିଲେ ବି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ଫଲୋଇଙ୍ଗସ ବଢିଥିବା ବେଳେ ସେ ଖୁବ୍ ଆକ୍ଟିଭ ରହିଛନ୍ତି ଏହି ପ୍ଲାଟଫର୍ମରେ । ଇନଷ୍ଟାଗ୍ରାମରେ ହର୍ଷାଳିଙ୍କର ରହିଛନ୍ତି ୧.୬ ମିଲିୟନ ଫଲୋୟର୍ସ ।
ସୂଚନାଯୋଗ୍ୟ, ହର୍ଷାଳି ୨୦୧୭ରେ ଅର୍ଜୁନ ରାମପାଳଙ୍କ ସହ ନାସ୍ତିକ ଫିଲ୍ମ କରିଛନ୍ତି । ହେଲେ ଏହା ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ । ତେବେ ବଜରଙ୍ଗି ଭାଇଜାନ ବଲିଉଡର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମ ରିଲିଜ୍ ହେବା ପରେ ଭାଇଜାନ ଅର୍ଥାତ୍ ସଲମାନ ଖାଁ ହର୍ଷାଳିଙ୍କୁ କହିଥିଲେ ଦିନେ ତୁମେ ମୋଠାରୁ ବି ବଡ ଷ୍ଟାର ପାଲଟିଯିବ ।

Share