ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏମ୍‌ଏଫ୍‌ ହୁସେନ୍‌

ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅମୃତା ଇଶ୍କ-ଭିସ୍କ, ମେଁ ହୁଁ ନା, ବିବାହ, ମସ୍ତି ଏବଂ ଜଲି ଏଲ୍‌ଏଲ୍‌ବି ଭଳି ଚଳଚ୍ଚିତ୍ରରେ ଦମ୍‌ଦାର୍‌ ଅଭିନୟ ପାଇଁ ବେଶ ଜଣାଶୁଣା। ହିନ୍ଦୀ ଚଳଚ୍ଚିତ୍ର ପରେ ସେ ତେଲୁଗୁ ସିନେମା ଆଡକୁ ମୁହାଁଇଥିଲେ। ଅମୃତା କେବଳ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ତା’ନୁହେଁ, ପ୍ରସିଦ୍ଧ ଚିତ୍ରକର ଏମ୍‌ଏଫ୍‌ ହୁସେନ ମଧ୍ୟ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଏମ୍‌ଏଫ୍‌ ଖୁବ କମ ମହିଳାଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଥିଲେ, ସେଥିମଧ୍ୟରୁ ଅମୃତା ରାଓ ଅନ୍ୟତମ। ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ତାଙ୍କ କାନଭାସରେ ରଖିବା ପରେ ଏମଏଫ ହୁସେନ ଅମୃତା ରାଓଙ୍କ ଚିତ୍ର ମଧ୍ୟ ଆଙ୍କିଥିଲେ। ଅମୃତା ରାଓ ଥରେ କହିଥିଲେ, ଏମଏଫ ହୁସେନଙ୍କ ପ୍ରଶଂସା ପାଇବା ମୋ ଜୀବନର ସବୁଠୁ ବଡ଼ ଉପହାର।

Share