୩୮ ବର୍ଷରେ ପାଦ ଦେଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ଅର୍ଥାତ୍‌ ଡିସେମ୍ବର ୧୯ରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ରେ ଇନ୍ଦୋରର ଏକ ମରାଠୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଅଭିନେତ୍ରୀ ସ୍ବାମୀ ବିକି ଜୈନଙ୍କ ସହ ବିଦେଶରେ ତାଙ୍କର ଏହି ବିଶେଷ ଦିନ ପାଳନ କରୁଛନ୍ତି। ଅଙ୍କିତା ଗତ କିଛି ଦିନ ହେବ ବୁଡାପେଷ୍ଟରେ ଅଛନ୍ତି। ପାଞ୍ଚ ଦିନ ତଳେ ସେମାନେ ଏହି ସୁନ୍ଦର ସ୍ଥାନରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ।

ତେବେ ଆଜିର ଏହି ଖାସ୍‌ ଦିନରେ ଅଙ୍କିତାଙ୍କ ସହ ଜଡ଼ିତ କିଛି କଥା ଜାଣନ୍ତୁ.. ଅଙ୍କିତାଙ୍କ ପ୍ରକୃତ ନାମ ତନୁଜା ଲୋଖଣ୍ଡେ। ଅଙ୍କିତା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପୂର୍ବରୁ ମଧ୍ୟ ତାଙ୍କ ନାଁ ପରିବର୍ତ୍ତନ କରିଥିଲେ। ଘରେ ତାଙ୍କର ଭଲ ନାଁ ଦେଇଥିଲେ ତନୁଜା। କିନ୍ତୁ ସେ ତାଙ୍କ ଡାକ ନାଁରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ତନୁଜାରୁ ଅଙ୍କିତାଙ୍କୁ ନାଁ ପରିବର୍ତ୍ତନ କରିଥିଲେ।

Share