୯୦ ବର୍ଷରେ ପଦାର୍ପଣ କଲେ ଆଶା ଭୋସଲେ

ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ତାଙ୍କର ୯୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୮ ସେପ୍ଟେମ୍ବର ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ଆଶା ଭୋସଲେ ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ଏହି କାରଣରୁ ସେ ୧୦ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ଆଶାଙ୍କୁ ୯ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା, ଏହାପରେ ଘରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା।
ଏହି କାରଣରୁ ଆଶା ଭଉଣୀ ଲତା ମଙ୍ଗେଶକରଙ୍କ ସହ ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ଆରମ୍ଭରୁ ଘରେ ସଙ୍ଗୀତର ପରିବେଶ ରହିଥିଲା କାରଣ ଆଶା ଭୋସଲେଙ୍କ ପିତା ଦିନାନାଥ ମଙ୍ଗେଶକର ଜଣେ ଜଣାଶୁଣା ଥିଏଟର କଳାକାର ତଥା ଶାସ୍ତ୍ରୀୟ ସଙ୍ଗାୀତ ଗାୟକ ଥିଲେ।
ଆଶାଙ୍କ ୧୦ ବର୍ଷ ବୟସରେ ଆରମ୍ଭ ହୋଇଥିବା ସଙ୍ଗୀତ ଯାତ୍ରା ଐତିହାସିକ ଥିଲା। ସେ ପର୍ଯ୍ୟନ୍ତ ୧୨,୦୦୦ରୁ ଅଧିକ ଗୀତ ଗାଇଛନ୍ତି। ଆଶା ତାଇଙ୍କ ବ୍ୟକ୍ତିଗତ ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା। ତାଙ୍କୁ ୧୬ ବର୍ଷ ହୋଇଥିବାବେଳେ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ନିଜ ଠାରୁ ୧୬ ବର୍ଷ ବଡ ଗଣପତି ରାଓ ଭୋସଲେଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ୧୧ ବର୍ଷ ଧରି ଚାଲିଥିଲା ଏବଂ ଉଭୟ ଅଲଗା ହୋଇଗଲେ। ୨୦ ବର୍ଷ ଏକୁଟିଆ ରହିବା ପରେ ଆଶା ଭୋସଲେ ଦ୍ୱିତୀୟ ଥର ପାଇଁ ଆରଡି ବର୍ମନଙ୍କୁ ବିବାହ କରିଥିଲେ। ଆରଡି ବର୍ମନ ଅର୍ଥାତ୍‌ ପଞ୍ଚମ ଦା’ ଆଶା ଜୀ ଠାରୁ ୬ ବର୍ଷ ସାନ ଥିଲେ। ଏହା ମଧ୍ୟ ପଞ୍ଚମ ଦାଙ୍କର ଦ୍ୱିତୀୟ ବିବାହ ଥିଲା। ଉଭୟ ନିଜ ବିବାହରେ ବହୁତ ଖୁସି ଥିଲେ କିନ୍ତୁ ୧୪ ବର୍ଷ ପରେ ପଞ୍ଚମ ଦା’ଙ୍କର ଦେହାନ୍ତ ହୋଇଥିଲା।
ଖୁବ କମ ଲୋକ ଜାଣନ୍ତି ଯେ ତାଙ୍କ ଗୀତ କ୍ୟାରିଅର୍‌ ବ୍ୟତୀତ ଆଶା ତାଇ ଏକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମର ନାମ ଥିଲା ମାଇ ଥିଲା। ଏହା ୨୦୧୩ରେ ମୁକ୍ତିଲାଭ କରିଥିଲା।

Share