ନିଜଠାରୁ ୩୦ ବର୍ଷ ବଡ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ କୋରିଓଗ୍ରାଫର୍‌

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ନଭେମ୍ବର ୨୨ ଅର୍ଥାତ୍‌ ଆଜି ଜନ୍ମଗ୍ରହଣ କରିଥିଲେ। ସେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ମାଧୁରୀ ଦୀକ୍ଷିତ, ଶ୍ରୀଦେବୀ, କରୀନା କପୁରଙ୍କ ପରି କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନୃତ୍ୟ ଗୁରୁ ଥିଲେ ସରୋଜ। ଚଳିତ ବର୍ଷ ଜୁଲାଇ ୩ରେ ତାଙ୍କର ଦେହାନ୍ତ ହୋଇଥିଲା। ମାତ୍ର ୩ ବର୍ଷ ବୟସରେ ସେ ଚଳଚ୍ଚିତ୍ର ନଜରନାରେ ଶ୍ୟାମା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିଥିଲେ। ସେ କୋରିଓଗ୍ରାଫର ବି.ଭି. ସୋହନଲାଲଙ୍କ ଠାରୁ ତାଲିମ ନେଇଥିଲେ। କୋରିଓଗ୍ରାଫର ଭାବରେ ସରୋଜ ଖାନଙ୍କ ମୁଖ୍ୟ ଚଳଚ୍ଚିତ୍ର ହେଉଛି ଚାନ୍ଦନୀ, ତେଜାବ, ମିଷ୍ଟର ଇଣ୍ଡିଆ।
ମାତ୍ର ୧୩ ବର୍ଷ ସେ ତାଙ୍କ ଗୁରୁ ସୋହନଲାଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୟସରେ ୩୦ ବର୍ଷର ପାର୍ଥକ୍ୟ ଥିଲା। ବିବାହବେଳେ ସୋହନଙ୍କୁ ୪୩ବର୍ଷ ବୟସ ହୋଇଥିଲା। ଏହା ସୋହନଲାଲଙ୍କ ଦ୍ୱିତୀୟ ବିବାହ ଥିଲା। ସରୋଜ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ସ୍କୁଲରେ ପଢୁଥିବା ସମୟରେ, ମୋର ନୃତ୍ୟ ଗୁରୁ ସୋହନଲାଲ ବେକରେ ଏକ କଳା ସୂତା ବାନ୍ଧି ମୋତେ ବିବାହ କରିଥିଲେ। ବିବାହ କରିବା ସମୟରେ ସୋହନଲାଲ ତାଙ୍କର ପ୍ରଥମ ବିବାହ ବିଷୟରେ ଉଲ୍ଲେଖ କରି ନ ଥିଲେ। ଦେଶ ବିଭାଜନ ପରେ ସରୋଜ ଖାନଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ। ତାଙ୍କର ପ୍ରକୃତ ନାମ ନିର୍ମଳା ନାଗପାଲ, ପିତାଙ୍କ ନାମ କିଶନଚାନ୍ଦ ସାଧୁ ସିଂ ଏବଂ ମାତାଙ୍କ ନାମ ନୋନି ସାଧୁ ସିଂ। ୧୯୬୩ ମସିହା ସରୋଜ ଖାନଙ୍କ ପୁଅ ହମିଦ ଜନ୍ମ ହୋଇଥିଲେ। ପ୍ରଥମ ପୁଅର ଜନ୍ମ ପରେ ସରୋଜ ସ୍ବାମୀଙ୍କ ପ୍ରଥମ ବିବାହ ବିଷୟରେ ଜାଣିବାକୁ ପାଇଲେ। ସୋହନଲାଲ ସରୋଜ ଖାନଙ୍କ ଉଭୟ ସନ୍ତାନଙ୍କୁ ତାଙ୍କ ନାମ ଦେବାକୁ ମନା କରିଦେଇଥିଲେ। ଏହା ପରେ ସରୋଜ ଖାନ ଏବଂ ସୋହାନଲଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଲା। ସରୋଜ ତାଙ୍କ ଦୁଇ ପିଲାଙ୍କୁ ଏକାକୀ ବଢାଇଥିଲେ।