Posted inଖେଳ

୪୨ବର୍ଷରେ ପଦାର୍ପଣ କଲେ ଧୋନୀ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ସଚିନ ତେନ୍ଦୁଲକର, ହରଭଜନ ସିଂ ଓ ବୀରେନ୍ଦ୍ର ସେହ୍ବାଗ ଭଳି ଭାରତୀୟ କିମ୍ବଦନ୍ତୀଙ୍କ ସମେତ ସମଗ୍ର ବିଶ୍ୱର ଅଗ୍ରଣୀ କ୍ରିକେଟରମାନେ ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେନ୍ଦୁଲକର ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ‘ମେ ୟୁ ଅଲ୍‌ଓ୍ବେଜ ଫ୍ଲାଏ ଲାଇକ୍‌ ଇଓର ହେଲିକପ୍ଟର ଶଟ୍‌, ହାପି ବାର୍ଥ ଡେ, ଏମ୍‌ଏସ୍‌!’। ଧୋନୀ ତାଙ୍କର ଏହି ଟ୍ରେଡ୍‌ମାର୍କ ଶଟ୍‌ ସହାୟତାରେ ଦୁଇ ଦଶନ୍ଧିର ପ୍ରଫେସନାଲ କ୍ୟାରିିୟରରେ ଭାରତ ଏବଂ ଆଇପିଏଲ୍‌ ଦଳ ସିଏସ୍‌କେକୁ ବହୁ ବିଜୟ ଆଣି ଦେଇଛନ୍ତି। ସେହ୍ବାଗ ତାଙ୍କ ସାଥୀ ଖେଳାଳି ଧୋନୀଙ୍କ ସହ ବିତେଇ ଥିବା କିଛି ଶ୍ରେଷ୍ଠ ମୁହୂର୍ତ୍ତ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ସୂର୍ଯ୍ୟଠାକୁରଙ୍କ ଦିବ୍ୟ ରଥକୁ ୭ ଘୋଡ଼ା ଟାଣି ଥାନ୍ତି। ଋଗ୍‌ବେଦକୁ ୭ ଭାଗରେ ବିଭକ୍ତ କରାଯାଇଛି। ବିଭାଘର ବେଳେ ୭ଫେରା ଲଗାଇବାକୁ ପଡ଼ିଥାଏ। ବିଶ୍ୱରେ ୭ଟି ଆଶ୍ଚର୍ଯ୍ୟ ରହିଛି। ଧୋନୀଙ୍କ ଜନ୍ମ ବର୍ଷ ୭ମ ମାସରେ ଏବଂ ୭ ତାରିଖରେ। ବାସ୍ତବିକ ସେ ଜଣେ ମହାନ୍‌ ବ୍ୟକ୍ତି। ବିହାରର ରାଞ୍ଚତ୍ରେ ଜନ୍ମଗ୍ରହଣ କରିଥିବା ଧୋନୀ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସେ ତାଙ୍କ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୨୦୦୭ରେ ଟି୨୦ ବିଶ୍ୱକପ୍‌, ନିଜ ଦେଶରେ ୨୦୧୧ ବିଶ୍ୱକପ୍‌ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫି ହାତେଇ ପାରିଛି। ନିକଟରେ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ମ ଥର ଆଇପିଏଲ୍‌ ଟାଇଟଲ ଜିତିଥିଲା। ପୂର୍ବତନ ସ୍ପିନର ହରଭଜନ ସିଂ ଟୁଇଟ କରି ଧୋନୀଙ୍କୁ ‘ହାପି ବାର୍ଥଡେ ବାହୁବଳି’ କହିଛନ୍ତି। ଭବିଷ୍ୟତ ମଙ୍ଗଳମୟ ହେଉ। ଆଗକୁ ମଧ୍ୟ ଅନ୍ୟ ପାଇଁ ପ୍ରେରଣା ହୋଇ ରହିଥାନ୍ତୁ। ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ୱର ଧୋନୀଙ୍କୁ ଜଣେ ମହାନ୍‌ ବ୍ୟକ୍ତିତ୍ୱ ବୋଲି କହିଛନ୍ତି। ଧୋନୀଙ୍କ ସିଏସ୍‌କେ ଟିମ୍‌ମେଟ୍‌ ରବୀନ୍ଦ୍ର ଜାଡେଜା କିମ୍ବଦନ୍ତୀ ଉଇକେଟକିପରଙ୍କୁ ତାଙ୍କ ପଥପ୍ରଦର୍ଶକ ବୋଲି କହିଛନ୍ତି। ଭାରତର ପୂର୍ବତନ ମହିଳା ପେସ୍‌ ବୋଲର ଝୁଲଣ ଗୋସ୍ବାମୀ କହିଛନ୍ତି, ହାପି ବାର୍ଥଡେ୍‌ କ୍ୟାପଟେନ କୁଲ୍‌, ପଡ଼ିଆ ହେଉ ଅବା ପଡ଼ିଆ ବାହାରେ ଧୋନୀ ଖେଳାଳିମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ମଧ୍ୟ ଧୋନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଉଇକେଟକିପର ବ୍ୟାଟରଙ୍କ ଭବିଷ୍ୟତର ଶୁଭକାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri