Posted inଖେଳ

ମାତ୍ର ନବମ ଯାଏ ପାଠ ପଢିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ ଶେଣୀ ଯାଏ ପାଠ ପଢିଛନ୍ତି। ତାଙ୍କ ପିତା ହିମାଂଶୁ ପାଣ୍ଡ୍ୟା ଜଣେ ଛୋଟ ବ୍ୟବସାୟୀ ଥିଲେ। ଘରର ଆର୍ଥିକ ଅବସ୍ଥା ଏତେଟା ସ୍ବଚ୍ଛଳ ନ ଥିଲା। ତଥାପି ହାର୍ଦ୍ଦିକଙ୍କ ପିତା ତାଙ୍କୁ କ୍ରିକେଟ ଟ୍ରେନିଂ ଦେବା ପାଇଁ ଟଙ୍କା ସଞ୍ଚୟ କରିଥିଲେ। ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଲେ, ମୋର କ୍ରିକେଟ ଖେଳିବାକୁ ଆଦୌ ଇଚ୍ଛା ନ ଥିଲା। ବଡ ଭାଇଙ୍କ କ୍ରିକେଟ ପ୍ରତି ଥିବା ରୁଚି ତାଙ୍କୁ କ୍ରିକେଟ ପଡିଆକୁ ଟାଣିଆଣିଥିଲା ମାତ୍ର ୯ମ ଯାଏ ପାଠ ପଢିବା ପରେ ଆଉ ପଢିବାକୁ ଇଚ୍ଛା ନାହିଁ ବୋଲି ଘରେ କହିଥିଲେ। ଏଥିରେ ଘର ଲୋକ ରାଜି ହୋଇ ନ ଥିଲେ। ହାର୍ଦ୍ଦିକ ଲୁଚିଛପି ଗାଁରେ କ୍ରିକେଟ ଖେଳି ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିଲେ। ପାଖରେ ଟଙ୍କା ନ ଥିଲେ ମ୍ୟାଗି ଖାଇ ଟ୍ରକ୍‌ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ। ପରେ ଜିଲାସ୍ତରୀୟ କ୍ରିକେଟ ପାଇଁ ମନୋନୀତ ହୋଇଥିଲେ। ଏହାପରେ ଆଇପିଏଲ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri