କେବଳ ବିବାହିତ ସେଲିବ୍ରିଟି ନୁହେଁ, ଡାକ୍ତରଙ୍କ ପ୍ରେମରେ ବି ପଡିଥିଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତ ତାଙ୍କ ବେକାକୁ ବୟାନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ତାଙ୍କ ପର୍ସନାଲ ଆଫେୟାର୍ସକୁ ନେଇ । ପ୍ରଥମେ ଏହି ନାୟିକାଙ୍କ ନାମ କେତେଜଣ ବିବାହିତ ସେଲିବ୍ରିଟିଙ୍କ ନାମ ସହ ଯୋଡି ଦିଆଯାଇଥିବା ବେଳେ ଏବେ କିନ୍ତୁ ସିଙ୍ଗଲ ଅଛନ୍ତି କଙ୍ଗନା । ପ୍ରଥମେ ଆଦିତ୍ୟ ପାଞ୍ଚୋଲିଙ୍କ ସହ ତାଙ୍କର ଆଫେୟାର୍ସ ଥିବା ଆଲୋଚନା ହୋଇଥିଲା । ହେଲେ ଏହା ବେଶିଦିନ ତିଷ୍ଠି ପାରି ନ ଥିଲା । ଖୁବ୍ କମ୍ ସମୟ ମଧ୍ୟରେ ବ୍ରେକ ହୋଇଯାଇଥିଲା । ଏହାପରେ କଙ୍ଗନାଙ୍କ ନାଁ ସହ ଯୋଡି ଦିଆଗଲା ଅଧ୍ୟୟନ ସୁମନଙ୍କ ନାଁ । ହେଲେ ଏହି ସମ୍ପର୍କରେ ଖୁବ ଶୀଘ୍ର ଫାଟ ସୃଷ୍ଟି ହେଲା । କେବଳ ସେତିକି ନୁହେଁ ଅଧ୍ୟୟନ କଙ୍ଗନାଙ୍କ ନାଁରେ ଗମ୍ଭିର ଅଭିଯୋଗ ବି ଆଣିଥିଲେ । ଏହାପରେ କଙ୍ଗନାଙ୍କ ନାମ ଚର୍ଚ୍ଚା, ହେଲା ବିବାହିତ ଅଜୟ ଦେବଗନଙ୍କ ସହ । ହେଲେ ଉଭୟ ଏହାକୁ ଏକ ମିଥ୍ୟା ଖବର ବୋଲି କହିଥିଲେ । ଏହାପରେ କଙ୍ଗନା ପଡିଲେ ଡାକ୍ତର ନିକୋଲସ ଲାଫର୍ଟିଙ୍କ ପ୍ରେମରେ । ହେଲେ ଏହାକୁ ବି ବାନ୍ଧି ରଖିପାରିଲେ ନାହିଁ ନାୟିକା ।
ଏତିକିରେ ସରିଲା ନାହିଁ କଙ୍ଗନାଙ୍କ ପ୍ରେମ ଜର୍ନି । ବିବାହ ବିଚ୍ଛେଦ ପରେ ହ୍ରିତିକ ରୋଶନଙ୍କ ସହ କଙ୍ଗନାଙ୍କ ନାମକୁ ଯୋଡି ଦିଆଗଲା । ହେଲେ ଏଥିରେ ସଫଳ ନ ହେବା ପରେ ଏବେ କଙ୍ଗନା ସବୁବେଳେ ହ୍ରିତିକଙ୍କୁ ଟାର୍ଗେଟ କରୁଥିବା ଦେଖାଯାଇଛି । ବଳିଉଡ୍ ଅଭିନେତ୍ରୀ କଙ୍ଗନା ମାର୍ଚ୍ଚ ୨୩ରେ ତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଆଗାମୀ ଦିନରେ ସେ ଧାକଡ, ତେଜସ ଓ ସୀତା ଭଳି ମୁଭିର ଦେଖାଦେବେ ।

Share