କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ସେ ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ଜଣେ ଖାଣ୍ଟି କଟକିଆର ନାଁ ଅକ୍ଷୟ ମହାନ୍ତି। କଟକ ସହର, ସଙ୍ଗୀତ ଜଗତ ଏବଂ ଜଣାଶୁଣା ମହଲରେ ଖୋକା ଭାଇ ନାଁରେ ପରିଚିତ ଏବଂ ମରି ଅମର ହୋଇଥିବା ଜଣେ ଓଡ଼ିଆ ନାଁ। ‘ଯାହାଙ୍କ କବାଟ ଖୋଲ ପ୍ରିୟେ ମୁଁ ତୁମର ସିଏ’ ରେ ଆଜି ବି ଝୁମି ଉଠେ ଓଡ଼ିଆ ମନ। ସେହି ସ୍ବରରେ ଆଜି ବି ବୟସ୍କ ଲୋକଟିଏ ବି ମତୁଆଲା ହୋଇଯାଏ। ଇଏ ହୋଇଛନ୍ତି ସେହି ଲୋକ ଯାହାଙ୍କୁ ଆମେ ସ୍ନେହରେ ଖୋକାଭାଇ ବୋଲି ଡାକୁ।

ପଚାଶ ଦଶକରୁ ପରବର୍ତ୍ତୀ ପାଞ୍ଚ ଦଶନ୍ଧି ପର୍ଯ୍ୟନ୍ତ ଓଡ଼ିଆ ସଂଗୀତ ଦୁନିଆକୁ ସୁମଧୁର କଣ୍ଠ ଯାଦୁରେ ସେ ବାନ୍ଧି ରଖିଥିଲେ। ଏଥିସହ ସେ ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଥିଲେ। ତାଙ୍କର କାଳଜୟୀ ଗୀତ ଗୁଡିକ ମଧ୍ୟରେ- ଏ ଆଲୋ ଆଲୋ ମଣି, କାଳି ଗୋରୀ ଦୁହେଁ ଗାଧେଇ, ସାବି ସାବି ତୁ ତ ମୋର ନାଲି ପାନ ବିବି, ପୂଣ୍ୟର ନଦୀ ତୀରେ ପାପର ତରୁ, ବୟସର କୃଷ୍ଣଚୂଡା ରଙ୍ଗ ତୁମ ମନ୍ଦ ନୁହେଁ, ଯା ଯାରେ ଭାସି ଭାସି ଯାଆ ନଉକା ମୋର ଭାସି ଯାଆ, ଏଇ ଚୁମକି, ଟିକ ଟିକ ଟିକ ଘଣ୍ଟା ଚାଲେ, ରଜା ଝିଅ ସାଙ୍ଗେ, କଳଙ୍କିତ ଏଇ ନାୟକ, ଅବୁଝା ପ୍ରିୟତମା, ଆଲୋ ରତନୀ ଗଜ ଗମନୀ, ହେ ଫଗୁଣ ତୁମେ ଗଲା ପରେ ପରେ, ବେବି ଏକ୍କା ଗେଲହା ଝିଅ, ନଦୀର ନାମ ଅଳସ କନ୍ୟା, ହସ ତୋ ଲକ୍ଷେ ଟଙ୍କା ଆଦି ରହିଛି।

କୁହାଯାଏ ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀ ଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ପରେ ଚାକିରି ଛାଡ଼ି ନିଜ ପୂରା ଜୀବପ ସଙ୍ଗୀତରେ ବିତାଇଥିଲେ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୟଦେବ ପୁରସ୍କାର, ପ୍ରଚ୍ଛଦ ସଙ୍ଗୀତ ପାଇଁ ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର ଭଳି ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ବରଗଡ଼,୧୫।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ...

ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ: ମୃତଦେହ ରଖି ରାସ୍ତା ଅବରୋଧ, ପୋଲିସ ମୁତୟନ

ଘସିପୁରା/ରାମଚନ୍ଦ୍ରପୁର,୧୫।୧୦(ନିରଞ୍ଜନ ସାହୁ/ଗଣେଶ୍ୱର ସା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ...

ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ...

ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା...

ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ...

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ଭୁବନେଶ୍ୱର,୧୫।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ନବୀନଙ୍କ ବଢୁଛି ଟେନଶନ, ରୋକିବାର ନା ନେଉନି ବିଜେଡିର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,୧୫।୧୦: ୨୪ବର୍ଷ ଶାସନରେ ଥିବା ବିଜେଡିକୁ ଏବେ ଘାରିଛି ଗୋଷ୍ଠୀ କନ୍ଦଳର ଡର। କ୍ଷମତା ଗଲା ପରେ ଗୋଟିଏ ଦଳରେ ଏ କେଉଁ ପ୍ରକାର ପରିସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri