ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା

ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ ଜନ୍ମଦିନ ହୋଇଥିବା ବେଳେ ଏବେ ସେ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେବି ମଲାଇକାଙ୍କୁ ଦେଖିଲେ ଲାଗିବ ନାହିଁ ତାଙ୍କୁ ୪୯ ବର୍ଷ ହେଲାଣି ବୋଲି । ୟଙ୍ଗଷ୍ଟରଙ୍କୁ ବି ମାତ୍ ଦିଅନ୍ତି ଏହି ନାୟିକା । ମଲାଇକା ତାଙ୍କ ପ୍ରଫେସନାଲ ଲାଇଫକୁ ନେଇ ଯେତିକି ଚର୍ଚ୍ଚାରେ ରହିନାହାନ୍ତି ତାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ।
ମଲାଇକା ପ୍ରଥମେ ଅରବାଜ ଖାଁଙ୍କୁ ବିବାହ କରିଥିଲେ । ତେବେ ୫-୬ ବର୍ଷର ରିଲେସନଶିପ ପରେ ଏହି ଯୋଡି ବିବାହ କରିଥିଲେ । ଆଉ ବିବାହର ୧୯ ବର୍ଷ ପରେ ଏମାନେ ଅଲଗା ହୋଇଯାଇଥିଲେ । ଅର୍ଥାତ୍ ପ୍ରାୟ ୨୫ ବର୍ଷ ଏମାନେ ଏକାଠି ଜୀବନ କାଟିଛନ୍ତି । କୁହାଯାଏ ଅରବାଜଙ୍କ ପ୍ରପୋଜକୁ ଅପେକ୍ଷା ନ କରି ମଲାଇକା କୁଆଡେ ତାଙ୍କୁ ବିବାହ କରିବାକୁ ପ୍ରଥମେ ପ୍ରପୋଜ କରିଦେଇଥିଲେ ।
ତେବେ ୧୯ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ଅରବାଜଙ୍କଠାରୁ ଅଲଗା ହୋଇ ଯାଇଥିଲେ ମଲାଇକା । ଏହି ବିଚ୍ଛେଦକୁ ନେଇ ଅରବାଜ କୁହନ୍ତି, ପରଫେକ୍ଟ ରିଲେସନ କ’ଣ ତାହା ମୁଁ ଜାଣିନି । ହେଲେ ମୁଁ ମୋ ସମ୍ପର୍କକୁ ବଞ୍ଚାଇବାକୁ ୧୯ ବର୍ଷ ଧରି ଚେଷ୍ଟା କରିଛି । ହେଲେ ସେଥିରେ ମୁଁ ସଫଳ ହୋଇନି । କିନ୍ତୁ ମଲାଇକା କୁହନ୍ତି ଅରବାଜଙ୍କଠାରୁ ଯେବେ ଅଲଗା ହେଲେ ତାର ଠିକ୍ ପୂର୍ବ ରାତିରେ ଅରବାଜଙ୍କ ପରିବାରର ସମସ୍ତ ସଦସ୍ୟ ବସି ତାଙ୍କୁ କହିଥିଲେ ସତରେ କ’ଣ ଏହା ତାଙ୍କର ଶେଷ ନିଷ୍ପତ୍ତି । କାରଣ ଅରବାଜଙ୍କ ପରିବାରର ସମସ୍ତେ ମୋ କଥା ଚିନ୍ତା କରୁଥିଲେ ।
କୁହାଯାଏ ମଲାଇକା ଅରବାଜଙ୍କଠାରୁ ଅଲଗା ହେବା ପରେ ୧୦ କୋଟି ଟଙ୍କା ଦାବି କରିଥିଲେ । ଏହାତଳକୁ ସେ ସାଲିସ କରିବାକୁ ଚାହୁଁ ନ ଥିଲେ । ଏହାକୁ ଦେଖି ଅରବାଜ ମଲାଇକାଙ୍କ ଏଲୁମନି ଆକାଉଣ୍ଟ ଭାବେ ୧୫ କୋଟି ଟଙ୍କା ଦେଇଥିଲେ । ଏବେ ମଲାଇକା ଅରବାଜଙ୍କଠାରୁ ଅଲଗା ହୋଇ ନାୟକ ଅର୍ଜୁନ କପୁରଙ୍କ ସହ ରିଲେସନଶିପରେ ଥିବା ବେଳେ ସେପଟେ ଅରବାଜ ବିଦେଶୀ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହ ଲିଭ ଇନରେ ରହୁଛନ୍ତି ।

Share