Categories: ଖେଳ

ରିଷଭ ପନ୍ତଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ

ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜି ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପନ୍ତଙ୍କୁ ତାଙ୍କ ପ୍ରେମିକା ଇଶା ନେଗି ଏକ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇଶା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ରିଷଭ ପନ୍ତଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ଇଶା ତାଙ୍କ ଇନଷ୍ଟା ଷ୍ଟାଟସରେ ରିଷଭ ପନ୍ତଙ୍କ କିଛି ଫଟୋ ନେଇ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓ ଶେୟାର କରି ଇଶା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍‌।
ରିଷଭ ପନ୍ତ ୨୦୧୯ରେ ଆନୁଷ୍ଠାନିକ ଭାବରେ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି। କରିଥିଲେ। ଇନ୍‌ଷ୍ଟାରେ ଇଶା ନେଗିଙ୍କ ସହ ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରିଥିଲେ ପନ୍ତ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ସର୍ବଦା ଇଶାଙ୍କୁ ଖୁସି କରିବାକୁ ଚାହାଁନ୍ତି, କାରଣ ସେ ତାଙ୍କ ଖୁସିର କାରଣ। ପନ୍ତ ଏବଂ ଇଶା ୨୦୧୮ଠାରୁ ପରସ୍ପରକୁ ଡେଟ କରୁଛନ୍ତି।

Share