Categories: ଖେଳ

ପନ୍ତଙ୍କୁ ଫ୍ଲାଇଂ କିସ୍‌ ଦେଲେ ଉର୍ବଶୀ! କିଛି ଏଭଳି ଢ଼ଙ୍ଗରେ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୪।୧୦: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। କ୍ରିକେଟର ଋଷଭ ପନ୍ତଙ୍କୁ ସେ ବେଶ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପନ୍ତଙ୍କ ୨୫ତମ ଜନ୍ମଦିନରେ ଉର୍ବଶୀ ନିଜର ସୋସିଆଲ ମିଡିଆରେ ବହୁତ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଏଥିରେ ଉର୍ବଶୀ ଲାଲ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ସେ କିଛି କହି ନ ଥିଲେ ବି ଫ୍ଲାଇଂ କିସ୍‌ କରୁଥିବା ଦେଖାଯାଇଛି। ଏଥିସହ ସେ ସାଧାରଣ ଭାବେ ‘ଜନ୍ମଦିନର ଶୁଭେଚ୍ଛା’ ବୋଲି ଲେଖିଛନ୍ତି। ଉର୍ବଶୀଙ୍କ ଏହି ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ସେ ପନ୍ତଙ୍କ ଅପେକ୍ଷାରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି।

କହିରଖୁଛୁ, ବିଗତ ଦିନରେ ଉର୍ବଶୀ ଏକ ସାକ୍ଷାତକାରରେ ପନ୍ତଙ୍କ ନାଁ ନେଇ କିଛି କଥା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ହେଲେ ଏବେର ଭିଡିଓ ଦେଖିଲେ ପନ୍ତଙ୍କୁ କ୍ଷମା ମାଗିବାର ଏହା ନୂଆ ଉପାୟ ବୋଲି କୁହାଯାଉଛି।

Share