ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ୟାଟ୍ରିନା କହିଲେ…

ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଆଜି ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ପୂର୍ବତନ ପ୍ରେମିକା ତଥା ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କ୍ୟାଟ୍ରିନା କୈଫ୍‌ଙ୍କ ଶୁଭେଚ୍ଛାକୁ ଅପେକ୍ଷା କରିଥିଲେ। ବିଳମ୍ବରେ ହେଉ ପଛେ କିନ୍ତୁ କ୍ୟାଟ୍ରିନା ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ସହିତ ଏକ ବିଶେଷ ବାର୍ତ୍ତା ମଧ୍ୟ ଦେଇଛନ୍ତି। କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। କ୍ୟାଟ୍ରିନା ସଲମାନଙ୍କ ଏକ କଳା ଏବଂ ଧଳା ଫଟୋ ଶେୟାର କରି କହିଛନ୍ତି, ଜନ୍ମଦିନର ଶୁଭେଚ୍ଛା ସଲମାନ ଖାନ, ତୁମର ପ୍ରତିଭା ସର୍ବଦା ତୁମ ସହିତ ରହିବ।
କ୍ୟାଟ୍ରିନା ଏବଂ ସଲମାନ ଉଭୟଙ୍କର ଭଲ ବନ୍ଧୁ । ଉଭୟ ଏକାଠି ଅନେକ ଫିଲ୍ମ କରିଛନ୍ତି। ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ଭାରତ, ମେନ ପ୍ୟାର୍‌ କ୍ୟୁୟଂ କିୟା ଏବଂ ପାର୍ଟନର ଭଳି ହିଟ୍‌ ଫିଲ୍ମରେ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଛି। ପ୍ରାୟତଃ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଚଳିତବର୍ଷ କ୍ୟାଟ୍ରିନା ଅଭିନେତା ଭିକି କୌଶଲଙ୍କୁ ବିବାହ କରିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା।

Share