୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ହେଲେ ଏବେ ଭାଇଜାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି । ଲକ୍ଷେ ତରୁଣୀଙ୍କ ଦିଲ କି ଧଡକନ ଭାଇଜାନ ଅସଲରେ ୧୦ ଜଣଙ୍କ ପ୍ରେମରେ ପଡିଥିବା କୁହାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କିନ୍ତୁ ମୋଷ୍ଟ ଇଲିଜିବଲ ବ୍ୟାଚେଲର ତାଲିକାରେ ରହି ଯାଇଛନ୍ତି ।
ସଲମାନଙ୍କ ପ୍ରେମ କାହାଣୀ ଉପରେ ଯଦି ନଜର ପକାଇବା ତେବେ ପ୍ରଥମେ ତାଙ୍କ ଜୀବନର ପ୍ରେମିକା ସାଜିଥିଲେ ଅଭିନେତ୍ରୀ ସଙ୍ଗିତା ବିଜଲାନି । ଏହି ସମ୍ପର୍କରେ କିଛିଦିନ ପରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା । ଆଉ ସଙ୍ଗିତା କ୍ରିକେଟର ଅଜାରୁଦ୍ଦିନଙ୍କୁ ବିବାହ କରି ନେଇଥିଲେ । ଏହାପରେ ସଲମାନଙ୍କ ଆଫେୟାର୍ସ ସୋମି ଅଲିଙ୍କ ସହ ହୋଇଥିଲା । ସେ ଥିଲେ ଜଣେ ପାକିସ୍ତାନୀ ଅଭିନେତ୍ରୀ । ହେଲେ ସଲମାନଙ୍କ ବ୍ୟବହାର ପାଇଁ କୁଆଡେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏ ସମ୍ପର୍କରେ ସୋମି ବହୁବାର କଥା ବି ହୋଇଛନ୍ତି । ଏହାପରେ ସଲମାନଙ୍କ ଜୀବନରେ ଆସିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ । ସମାନ ଘଟଣା ମାନେ ସଲମାନଙ୍କ ବ୍ୟବହାର ହିଁ ଐଶ୍ୱର୍ଯ୍ୟାଙ୍କଠାରୁ ତାଙ୍କୁ ଅଲଗା କରିଥିଲା ବୋଲି କୁହାଯାଏ । ଏହାପରେ ଆସିଲେ ସ୍ରେହା ଉଲ୍ଲାଲ । କିନ୍ତୁ ଏହି ସମ୍ପର୍କ ବି ବେଶିଦିନ ତିଷ୍ଠିଲା ନାହିଁ । ଏହି କ୍ରମରେ ସଲମାନଙ୍କ ନାଁ ସହ ଯୋଡି ହେଲା ନାୟିକା କ୍ୟାଟ୍ରନା କୈଫଙ୍କ ନାମ । ହେଲେ ଏମାନେ ପରସ୍ପରର ଭଲ ବନ୍ଧୁ ବୋଲି ସବୁବେଳେ କହି ଆସୁଥିଲେ । ଆଉ ଶେଷରେ ନିକଟରେ କ୍ୟାଟ୍ରିନା ବିବାହ କଲେ ଅଭିନେତା ଭିକ୍କି କୌଶଲଙ୍କୁ । ପୁଣି ସଲମାନଙ୍କ ପ୍ରେମିକା ତାଲାକାରେ ଆସିଲା ଜରିନ ଖାଁଙ୍କ ନାମ । ଏତିକିରେ ସରିନି ଏହାପରେ ପାଳି ପଡିଲା ଡେଜି ଶାହାଙ୍କର । ଏହାବି ବହୁଦିନ ତିଷ୍ଠିଲା ନାହିଁ । ପୁଣି ମହକ ଚହଲ ଓ ଲୁଲିୟା ଭଂନ୍ତୁର ବି ଆସିଲେ ସଲମାନଙ୍କ ପ୍ରେମିକା ତାଲିକାରେ । ହେଲେ ଆଜି ପର୍ଯ୍ୟନ୍ତ ୫୬ ବର୍ଷ ବୟସରେ ବି ସଲମାନ ଏକା ଏକା । କାହକୁ ସେ ଜୀବନ ସାଥୀ ଭାବେ ବାଛି ପାରିଲେ ନାହିଁ । ସଫଳ ନାୟକ ଆଜି ଅସଫଳ ପ୍ରେମିକ ବୋଲି ଆଲୋଚନା ହୁଏ ।

Share