ମୁଖ୍ୟ ଅଭିନେତା ପାଇଁ ୪୦ ଅଡିଶନ ଦେଇ ବି ଫେଲ ମାରିଥିଲେ ସରମନ

ମୁମ୍ବାଇ: ସରମନ ଯୋଶୀ । ଆଗଧାଡିର ନ ହେଲେ ବି ବଲିଉଡର ଜଣେ ଜଣାଶୁଣା କଳାକାର । କିଛି ଫିଲ୍ମରେ ସେ ଏମିତି ଅଭିନୟ କରିଛନ୍ତି ଯାହାର ଛାପ ଦର୍ଶକଙ୍କ ଉପରେ ନିଶ୍ଚିତ ଭାବେ ପଡିଛି । ୪୩ ବର୍ଷରେ ପାଦ ରଖିଥିବା ଏହି ଅଭିନେତା ବଲିଉଡ୍‌ରେ ସଫଳ ନ ହୋଇଥିଲେ ବି କିଛି ହିଟ୍ ମୁଭି ତାଙ୍କୁ ଦର୍ଶକଙ୍କ ପାଖରେ ପରିଚତ କରାଇବାରେ ସକ୍ଷମ ହୋଇଥିଲା । ଗୁଜରାଟି ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିବା ସରମନ ମୁଖ୍ୟ ଅଭିନେତା ହେବାକୁ କୁଆଡେ ୪୦ ଥର ଅଡିଶନ ଦେଇଥିଲେ । ତାଙ୍କ ପିତା ଅରବିନ୍ଦ ଯୋଶୀ ଗୁଜରାଟି ଥିଏଟର ଓ ଫିଲ୍ମର ଜଣେ ଜଣାଶୁଣା ଚେହେରା ଥିଲେ ।
ସରମନଙ୍କ ପ୍ରଥମ ଫିଲ୍ମ ଥିଲା ‘ଗଡମଦର’ । ସରମନ ଏକ ସାକ୍ଷାତ୍‌କାରରେ କହିଥିଲେ କି ଆରମ୍ଭରୁ ତାଙ୍କ କମିକ ଟାଇମିଂ ଖୁବ୍ ଖରାପ ଥିଲା । ଲୋକମାନେ ମୋର ବହୁତ ଆଲୋଚନା କରିଥିଲେ । ହେଲେ ଆମର ନିର୍ଦ୍ଦେଶକ ଶଫି ଇମାନାର ମୋତେ ଖୁବ୍ ସାହସ ଦେଇଥିଲେ । ପ୍ଲେର ୫୦ ଶୋ’ ଯିବା ପରେ ଯାଇ ମୋ ଅଭିନୟରେ ସୁଧାର ଆସିଥିଲା । ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ସରମନ ‘ଗୋଲମାଲ’, ‘ଷ୍ଟାଇଲ’, ‘୩ ଇଡିୟଟସ୍‌’, ‘ରଙ୍ଗ ଦେ ବସନ୍ତି’ ଓ ଏକ୍ସକ୍ୟୁଜମି’ ଭଳି କିଛି ଫିଲ୍ମରେ କାମ କରିଛନ୍ତି । କିଛି ହିଟ ଫିଲ୍ମ ଭେଟି ଦେବା ପରେ ବି ସରମନ ଯୋଶୀଙ୍କୁ ଫିଲ୍ମ ‘ଫରାରୀ କି ସବାରୀ’ ପାଇଁ ୪୦ ଅଡିଶନ ଦେବାକୁ ପଡିଥିଲା ।
ସୂଚନାଯୋଗ୍ୟ, ‘ଫରାରୀ କି ସବାରୀ’ର ନିର୍ମାତା ବିଧୁ ବିନୋଦ ଚୋପ୍ରା ଥିଲେ । ଯାହାଙ୍କ ସହ ସରମନ ‘ଥ୍ରୀ ଇଡିଅଟସ୍‌’ ନିର୍ମାଣ କରିଥିଲେ । ତା’ପରେ ବି ‘ଫରାରୀ କି ସବାରୀ’ ପାଇଁ ସରମାନଙ୍କୁ ପାମ୍ପଡ ବେଲିବାକୁ ପଡିଥିଲା । ଅସଲ କଥା ହେଲା ଏଥିରେ ଲିଡ ରୋଲ ପାଇଁ ସରମନ ୪୦ଥର ଅଡିଶନ ଦେଇଥିଲେ । ବେଶକିଛି ଦିନ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ବି ଏବେ ସରମନ ୱେବ ଶୋ’ରେ କାମ କରୁଛନ୍ତି । ଆଉ ବଲିଉଡ ଇଣ୍ଡଷ୍ଟ୍ରିଠାରୁ ଦୂରେରେ ଅଛନ୍ତି ।

Share