ଛୋଟ ନବାବଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡ୍‌ର ଛୋଟ ନବାବ ତଥା କରୀନା କପୁର ଖାନ୍‌ଙ୍କ ପୁଅ ତୈମୁରଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୪ ବର୍ଷରେ ପଦାର୍ପଣ କରିଛନ୍ତି। ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍‌ସଙ୍କ ମଧ୍ୟରୁ ତୈମୁର ଅନ୍ୟତମ। ଛୋଟ ହେଲେ ମଧ୍ୟ ତୈମୁର କୌଣସି ବଡ଼ ପିଲାଙ୍କଠାରୁ କମ୍‌ ନୁହନ୍ତି। ଏତେ କମ୍‌ ବୟସରେ ତାଙ୍କର ମଧ୍ୟ ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ୨୦୧୬ ଡିସେମ୍ବର ୨୦ରେ କରୀନା ଏବଂ ସୈଫ୍‌ଙ୍କ କୋଳ ମଣ୍ଡନ କରିଥିଲେ ତୈମୁର। ଜନ୍ମ ହେବା ଦିନଠାରୁ ହିଁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି।


ଆଜିର ଏହି ଜନ୍ମଦିନ ଅବସରରେ ତାଙ୍କ ମାଉସୀ ଏବଂ କରୀନାଙ୍କ ସମ୍ପର୍କୀୟ ରିଦ୍ଧିମା କପୁର ସାହନୀ ଏକ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତୈମୁର ରଣବୀରଙ୍କ କୋଳରେ ବସିଛନ୍ତି। ଫଟୋ ଏବଂ ଜନ୍ମଦିନର ଶୁଭେଚ୍ଛା ପାଇଁ କରୀନା ରିଦ୍ଧିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


ଫ୍ୟାନ୍‌ମାନେ ଭାବନ୍ତି ତୈମୁର ବଡ଼ ହେଲେ ଫିଲ୍ମ ଷ୍ଟାର ହେବେ। ମାତ୍ର କରୀନା ଏକ ସାକ୍ଷାତକାରରେ କହିଥିଲେ, ମଣିଷ ଭାଗ୍ୟରେ ଯାହା ଥାଏ ସେ ସେଇଠି ପହଞ୍ଚିଥାଏ। ତୈମୁର ଦେଶର ସବୁଠାରୁ ଅଧିକ ଫଟୋ ପୋଜ୍‌ ଦେଉଥିବା ଷ୍ଟାର୍‌ କିଡ୍‌ସ। ତୈମୁର ଭବିଷ୍ୟତରେ ଯାହା ଚାହିଁବେ ତାହା ହେବେ। ରେଷେୟା ହୁଅନ୍ତୁ କି ପାଇଲଟ୍‌ ହୁଅନ୍ତୁ। ମାତାପିତା ସେତେବେଳେ ସଫଳ ହୁଅନ୍ତି ଯେତେବେଳେ ତାଙ୍କ ପିଲା ଜଣେ ଭଲ ମଣିଷ ହୋଇ ସମାଜରେ ନାଁ କରନ୍ତି। ତୈମୁରଙ୍କ ଜନ୍ମଦିନ ଅବସରରେ ବଲିଉଡ୍‌ ଷ୍ଟାରମାନଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Share