Advertisement

ପଶୁପକ୍ଷୀଙ୍କୁ ଖୁବ୍‌ ଭଲପାଆନ୍ତି ବାଣୀ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ବାଣୀ କପୁର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୨୩ ଅଗଷ୍ଟ ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକା ଏବେ କିଛି ନା କିଛି କାରଣ ପାଇଁ ଆସି ଯାଉଛନ୍ତି ଚର୍ଚ୍ଚାକୁ। ଦିଲ୍ଲୀରେ ଜନ୍ମ ନେଇଥିବା ବାଣୀ ଟୁରିଜିମରେ ବ୍ୟାଚେଲର ଡିଗ୍ରୀ ହାସଲ କରିଛନ୍ତି। ପୂର୍ବରୁ ଏକ ସାକ୍ଷାତ୍‌କାରରେ ବାଣୀ କହିଥିଲେ ତାଙ୍କ ପିଲାଦିନ ଏକ ଫାର୍ମ ହାଉସ ଭିତରେ କଟିଛି। ଏହା ଏକ ଛୋଟ ଚିଡିଆଖାନା ଥିଲା। ତାଙ୍କ ଘରେ ପାଖାପାଖି ୭୦ କୁକୁର ଥିଲେ। ଏହାସହ ବିଲେଇ, ଘୋଡ଼ା, ଠେକୁଆ, ମାଙ୍କଡ଼ ଆଦି ରହୁଥିଲେ। ସ୍କୁଲ ପାଠପଢା ସମୟରେ ତାଙ୍କର କେହି ପୁରୁଷବନ୍ଧୁ ନ ଥିବା ସେ ପ୍ରକାଶ କରିଥିଲେ। ସବୁବେଳେ ସେ ଆମେରିକୀୟ ଅଭିନେତା ବ୍ରେଡଲି କୁପରଙ୍କୁ ଡେଟ କରିବାକୁ ସ୍ବପ୍ନ ଦେଖୁଥିଲେ। ତାଙ୍କର ବଡ୍ଡି ବାଣୀଙ୍କୁ ବହୁତ ପସନ୍ଦ ଥିଲା। ଅଭିନେତ୍ରୀ ବାଣୀ ଜୟପୁରରେ ଓବରୟ ହୋଟେଲ ଆଣ୍ଡ ରିସର୍ଟରେ ଇଣ୍ଟର୍ଣ୍ଣ କରିଛନ୍ତି। ଏହାସହ ସେ ଆଇଟିସି ହୋଟେଲରେ କାମ ମଧ୍ୟ କରୁଥିଲେ। ବାଣୀ ତାଙ୍କ ମଡଲିଂ କ୍ୟାରିୟର ଏଲିଟ ମଡେଲ ମ୍ୟାନେଜମେଣ୍ଟ କମ୍ପାନୀରୁ ଆରମ୍ଭ କରିଛନ୍ତି। ଏକ ରକ୍ଷଣଶୀଳ ପରିବାରରୁ ଆସିଥିବା ବାଣୀ ୨୦୧୬ରେ ରଣବୀର ସିଂଙ୍କ ସହ ଫିଲ୍ମ ‘ବେଫିକ୍ରେ’ରେ ବୋଲ୍ଡ ଅନ୍ଦାଜରେ ଦେଖାଦେଇଥିଲେ। ଏହି ଫିଲ୍ମରେ ସେ ନାୟକ ରଣବୀର ସିଂଙ୍କ ସହ କିଛି କିସିଂ ସିନରେ ନଜର ଆସି ୟଙ୍ଗଷ୍ଟରଙ୍କ ମନ କିଣିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share