କିଛି ହିଟ୍ ଫିଲ୍ମ ଦେଇ ବି ଫ୍ଲପ ହୋଇଥିଲେ ବିବେକ

ମୁମ୍ବାଇ: ବଲିଉଡରେ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ବିବେକ ମୁଶରାନ କିନ୍ତୁ ଇଣ୍ଡଷ୍ଟ୍ରିରେ ବେଶୀଦିନ ତିଷ୍ଠି ପାରି ନ ଥିଲେ । ଏବେ ସେ ଏକ ପ୍ରକାର ବଲିଉଡରୁ ଦୂରେଇ ଯାଇଛନ୍ତି କହିଲେ ଚଳେ । ହେଲେ ତାଙ୍କର ଅଭିନୟ ଏବେବି ଦର୍ଶକଙ୍କ ହୃଦୟରେ ରହିଛି । ଫିଲ୍ମ ‘ସøଦାଗର’ରୁ ବଲିଉଡରେ ଡେବ୍ୟୁ କରିଥିଲେ ବିବେକ । ତାଙ୍କର ଶାନ୍ତ ସରଳ ଚେହେରା, ହସହସ ମୁହଁ ଓ କଥାକୁହା ଆଖିରେ ସେ ଦର୍ଶକଙ୍କୁ ଆପଣାର କରିପାରିଥିଲେ । ଫିଲ୍ମରେ ରାଜକୁମାର ଓ ଦିଲ୍ଲିପ କୁମାରଙ୍କ ପରି ବଡ ବଡ କଳାକାର ଥିଲେ ବି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିବେକ । ମନିଷା କୋଇରାଲାଙ୍କ ସହ ତାଙ୍କର ଗୀତ ‘ଇଲୁଇଲୁ’ ଆଜିବି ଦର୍ଶକଙ୍କୁ ଗୁଣଗୁାଣଇବାକୁ ବାଧ୍ୟ କରୁଛି । ଏମିତି କିଛି ହିଟ ଫିଲ୍ମ ଦେଇଥିବା ବିବେକ କିନ୍ତୁ ନିଜେ ସୁପରହିଟ୍ ହୋଇ ପାରି ନ ଥିଲେ ।
ତା’ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ତାଙ୍କ ଅଭିନୀତ ପ୍ରାୟ ସମସ୍ତ ଫିଲ୍ମ ଫ୍ଲପ ହେବାକୁ ଲାଗିଲା । ଆଉ ତା’ପରଠାରୁ ସେ ବଲିଉଡରୁ ଏକ ପ୍ରକାର ଦୂରେଇ ଗଲେ । କେବଳ ବଲିଉଡ ନୁହେଁ ଛୋଟ ପରଦାରେ ବି ଦର୍ଶକେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ । ହେଲେ ସେ ଅନ୍ୟମାନଙ୍କ ପରି ସୁପରହିଟ୍ ହୋଇ ପାରିଲେ ନାହିଁ । ଏବେ ୫୩ ବର୍ଷ ବୟସରେ ପହଞ୍ଚିଥିବା ବିବେକ ମୁଶରାନ ଏକ ପ୍ରକାର ବଲିଉଡଠାରୁ ଦୂରେଇ ଯାଇଛନ୍ତି । ଆଉ ତାଙ୍କର ସେହି ଚକୋଲେଟ ଚେହୋରାରେ ବି ଖୁବ୍ ପରିବର୍ତ୍ତନ ହୋଇଛି । ଅନେକେ ତାଙ୍କୁ ଚିହ୍ନି ପାରୁ ନାହାନ୍ତି ବୋଲି ବି କହୁଛନ୍ତି ।

Share