Advertisement

ଶରଦ ପାଓ୍ବାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର ଦଳ) ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସଭା ଏମପି ତଥା ବରିଷ୍ଠ ନେତା ଶରଦ ପାୱାରଙ୍କ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି।
ଅଜିତ ପାୱାର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଶରଦ ପାୱାରଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆମେ ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛୁ।
ସୂଚନାଯୋଗ୍ୟ, ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ୮୪ ତମ ଜନ୍ମଦିନ। ଏହି ବିଶେଷ ଉତ୍ସବରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶରଦ ପାୱାର ୧୨ ଡିସେମ୍ବର ୧୯୪୦ ରେ ପୁଣେ ଜିଲାର ବାରାମାଟିରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି କର୍କଟ ରୋଗ ସତ୍ତ୍ୱେ ସେ ନିଜକୁ ରାଜନୀତିଠାରୁ ଦୂରରେ ରଖିବା ଆବଶ୍ୟକ ମନେ କଲେ ନାହିଁ। ସେ ଭାରତୀୟ ରାଜନୀତିରେ ସବୁଠାରୁ ଅଭିଜ୍ଞ ନେତା ଭାବରେ ଜଣାଶୁଣା।
ସେ ମହାରାଷ୍ଟ୍ର ଶିକ୍ଷା ସୋସାଇଟିର ଏକ ବିଦ୍ୟାଳୟରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ପୁଣେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବ୍ରିହାନ ମହାରାଷ୍ଟ୍ର କଲେଜ ଅଫ କମର୍ସରୁ ଅଧ୍ୟୟନ ସମାପ୍ତ କରିଥିଲେ।
ଶରଦ ପାୱାର ୧୯୫୬ରୁ ସକ୍ରିୟ ଭାବରେ ରାଜନୀତିରେ ଭାଗ ନେବା ଆରମ୍ଭ କରିଥିଲେ। ସେ ଗୋଆ ମୁକ୍ତି ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ। ସେ କଲେଜରେ ଛାତ୍ର ସଂଗଠନ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହିପରି ଭାବରେ ସେ ଯୁବ କଂଗ୍ରେସର ସଦସ୍ୟ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share