Posted inଫୁରସତ

ଖୁସିରେ ଥିଲେ ଦମ୍ପତି, ଗୋଟିଏ ଫୋନ୍‌ କଲ୍‌ ସାରିଦେଲା ସବୁ…

ବିବାହ ପରେ ବର-କନ୍ୟା ବହୁତ ଖୁସିରେ ଥିଲେ। ବିବାହର ୮ ମାସ ମଧ୍ୟରେ ଦୁହେଁ ଏପରି ନିଷ୍ପତ୍ତି ନେବେ ବୋଲି କେହି ଆଶା କରି ନ ଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା। ସ୍ତ୍ରୀ ତାଙ୍କ ଶାଶୁ ଘରେ ଥିବା ବେଳେ ବିବାହ ପରେ ସ୍ବାମୀ କାମ ପାଇଁ ଜମ୍ମୁ କଶ୍ମୀରର କୁପଓ୍ବାରାଠାରେ ପୋଷ୍ଟିଂ ହୋଇଥିଲେ। ଦୁହେଁ ପ୍ରାୟତଃ ଫୋନ୍‌ରେ କଥା ହେଉଥିଲେ। ତେବେ ସ୍ତ୍ରୀଙ୍କଠାରୁ ଏକ ଫୋନ୍‌ କଲ୍‌ ପାଇ ପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଜମ୍ମୁ କଶ୍ମୀରର କୁପଓ୍ବାରା ଜିଲାର ଏକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ସ୍ତ୍ରୀ ରାଜସ୍ଥାନରେ ନିଜ ଘରେ ଆତ୍ମହତ୍ୟା କରିଥିବା ଜାଣିବା ପରେ ନିଜକୁ ଗୁଳି କରି ହତ୍ୟା କରିଛନ୍ତି। ଅଧିକାରୀ କହିଛନ୍ତି, କୁପଓ୍ବାରା ଜିଲାରେ ବିଏସ୍‌ଏଫ୍‌ ହେଡ୍‌ କନଷ୍ଟେବଳ ରାଜେନ୍ଦ୍ର ଯାଦବ ପୋଷ୍ଟିଂ ପାଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଅଂଶୁ ମଙ୍ଗଳବାର ରାଜସ୍ଥାନର ଧୀରପୁର ଗ୍ରାମରେ ଥିବା ନିଜ ଘରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି, ସେତେବେଳେ ବିଏସ୍‌ଏଫ୍‌ ଯବାନ ତାଙ୍କ ସେବା ରିଭଲଭର ସାହାଯ୍ୟରେ ନିଜକୁ ଗୁଳି ଚଳାଇଥିଲେ।

ଅଧିକାରୀ କହିଛନ୍ତି, ସ୍ତ୍ରୀ ଚରମ ପଦକ୍ଷେପ ନେବା ପୂର୍ବରୁ ଫୋନ୍‌ରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଧିକାରୀ କହିଛନ୍ତି, ବିଏସ୍‌ଏଫ୍‌ ଯବାନଙ୍କ ମୃତଦେହ ଗୁରୁବାର ତାଙ୍କ ଘରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri