ଲଣ୍ଡନ: ବିବାହ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ। ବିବାହର ବିଚ୍ଛେଦ ଦୁଃଖ ଦିଏ। ହେଲେ ଇଂଲଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ରବେକା ତାଙ୍କ ବିବାହ ବିଚ୍ଛେଦରେ ଖୁସି ହୋଇଥିବା ଦେଖିବାକୁ ମିଳିଛି। ରବେକାଙ୍କ ୬ ବର୍ଷ ପୂର୍ବେ ବିବାହ ହୋଇଥିଲା। କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଛି। ହେଲେ ରବେକା ଏଥିରେ ଖୁସି ହୋଇ ତାଙ୍କ ୧୪ ସାଙ୍ଗଙ୍କ ସହ ଟ୍ରିପରେ ଯାଇଥିଲେ। ସେ ସେଠାରେ ପାର୍ଟିର ମଜା ଉଠାଉଥିବା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ ସ୍ପା ସହ ଏକ ସଙ୍ଗୀତ ସମାରୋହରେ ସାମିଲ ହୋଇଥିଲେ। ରବେକା ଜଣେ ଲେଖିକା ହୋଇଥିବାବେଳେ ସେ ବିବାହରୁ ମୁକ୍ତ ହୋଇ ଖୁସି ଥିବା କହିଛନ୍ତି।