ନୂଆଦିଲ୍ଲୀ,୧୩ା୮: ଗତ କିଛିଦିନ ହେବ ସାରା ଦେଶରେ ହରଡ଼ ଡାଲିର ଦର ପୂର୍ବାପେକ୍ଷା ବୃଦ୍ଧି ପାଇଚାଲିଛି। କେନ୍ଦ୍ର ସରକାର ଏ ନେଇ ମଧ୍ୟ ରାଜ୍ୟ ସରକାରମାନଙ୍କ ଦୃଷ୍ଟିଗୋଚର ସହ ବଜାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଦେଶର କେତେକ ଲାଭଖୋର ବ୍ୟବସାୟୀଙ୍କ ଅମାନୁଷିକତା ଯୋଗୁ ହରଡ ଡାଲିର କୃତ୍ରିମ ଅଭାବ ସୃଷ୍ଟି ହେବା ପରିସ୍ଥିତି ଦେଖାଦେଇଛି। ବଜାରରେ ଅଭାବୀ ବିକ୍ରି ଦେଖାଦେଲେ ଡାଲିର ଦର ବଢାଇବାକୁ ଉକ୍ତ ବ୍ୟବସାୟୀମାନେ ଯୋଜନା କରୁଥିବା ସରକାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଡାଲିର ଷ୍ଟକ୍ ଯାଞ୍ଚ କରିବାକୁ ରାଜ୍ୟଗୁଡିକୁ ଶୁକ୍ରବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।