Categories: ଜାତୀୟ

ଭାଜପା ଉପରେ ଏହି ଅଭିଯୋଗ ଆଣିଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଉପରେ ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଶାସକ ଦଳ ସ୍ଥିର ସରକାର ଦେବା କଥା କହୁଛନ୍ତି।

ମହାରାଷ୍ଟ୍ରରେ ଏକ ରାଲିକୁ ସମ୍ବୋଧିତ କରି ପାୱାର କହିଛନ୍ତି ଯେ, ଆପଣ ସ୍ଥିର ସରକାର ଗଠନ ବିଷୟରେ କହୁଥିବାବେଳେ ଆପଣ ରାଜ୍ୟଗୁଡିକର ନିର୍ବାଚିତ ସରକାରଗୁଡିକୁ ଅସ୍ଥିର କରୁଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବାବେଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ଅପମାନିତ କରିଛନ୍ତି।

ଏନସିପି ମୁଖ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସ୍ବାଧୀନତା ଦିବସର ଅଭିଭାଷଣରେ ଆଗାମୀ ବର୍ଷ ମୁଁ ପୁଣି ଫେରିବି କହି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ଅନୁସରଣ କରୁଛନ୍ତି । ହେଲେ ଫଡନ୍‌ଭିସ ତ ମୁଖ୍ୟମନ୍ତ୍ରୀ ଭାବରେ ଫେରିପାରିବେ ନାହିଁ, କିନ୍ତୁ ସେ ନିଶ୍ଚିତ ଭାବରେ ଏକ ନିମ୍ନ ସ୍ଥିତିକୁ ଆସିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି କେଉଁ ସ୍ଥାନକୁ ଫେରିବେ ସେ ନେଇ ଚିନ୍ତା ରହିଛି।

Share