ଗଞ୍ଜାମ,୮।୧(ଡି.ଏନ୍.ଏ.): କରୋନା କଟକଣା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ ମାସ ବ୍ୟବଧାନ ପରେ ଶୁକ୍ରବାର ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲଗୁଡ଼ିିକ ସାନିଟାଇଜ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଗଞ୍ଜାମ ସହର ମଧ୍ୟରେ ଥିବା ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ବିନା ସାନିଟାଇଜରରେ ଖୋଲିଥିବା ଜଣାପଡିଛି l
ଏ ସମ୍ପର୍କରେ ଉକ୍ତ ସ୍କୁଲ ବରିଷ୍ଠ କିରାଣି ହରି ବାରିକ କହିଛନ୍ତି, ଏନ୍ଏସି ପ୍ରଶାସନ ପକ୍ଷରୁ ସାନିଟାଇଜର କରିବାକୁ ଲୋକେ ଆସିଥିଲେ l କିନ୍ତୁ ମେଶିନ ନ ଚାଲିବାରୁ ସେମାନେ ଚାଲି ଯାଇଥଲେ। ତେବେ ସ୍କୁଲ ଖୋଲିବା ପ୍ରଥମ ଦିନରେ ଦଶମ ଶ୍ରେଣୀର ୫୦ ଛାତ୍ର ସ୍କୁଲ ଆସିଥିବା ସେ କହିଛନ୍ତି। ଗୋଟିଏ ବେଞ୍ଚରେ ମାତ୍ର ଜଣେ ବସୁଛନ୍ତି।