Posted inଖେଳ

ଆଗାମୀ ଆଇପିଏଲରୁ ନୂଆ ଅବତାରରେ ନଜର ଆସିବେ ଭଜି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣରୁ ଭିନ୍ନ ଅବତାରରେ ନଜର ଆସିବେ ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ। ତାଙ୍କୁ ସପୋର୍ଟ (କୋଚିଂ) ଷ୍ଟାଫ ସଦସ୍ୟ ଭାବେ ଦଳରେ ସାମିଲ କରିବା ପାଇଁ କିଛି ପ୍ରାଞ୍ଚାଇଜ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

୪୧ ବର୍ଷୀୟ ଭଜି ଗତ ଆଇପିଏଲ ସିଜନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳିଥିଲେ। କିନ୍ତୁ ୟୁଏଇ ଲିଗ୍‌ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ଏଣୁ ଆଶା କରାଯାଉଛି, ଆସନ୍ତା ସପ୍ତାହରେ ଭଜି ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟରୁ ଅବସର ଘୋଷଣା କରି ପାରନ୍ତି। ଏହାପରେ ତାଙ୍କୁ ମିଳିଥିବା ପ୍ରସ୍ତାବ ଉପରେ ବିଚାର କରିବେ।

ତାଙ୍କୁ ପରାମର୍ଶଦାତା, ମେଣ୍ଟର କିମ୍ବା ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଫ୍ରାଞ୍ଚାଇଜରେ ସାମିଲ କରାଯାଇପାରେ। ତାଙ୍କ ଅଭିଜ୍ଞତାକୁ ଫ୍ରାଞ୍ଚାଇଜଗୁଡ଼ିକ ଅକଶନରେ ଖେଳାଳିଙ୍କୁ ବାଛିବା ଓ ଦଳ ଚୟନରେ ବ୍ୟବହାର କରିପାରନ୍ତି ବୋଲି ଆଇପିଏଲ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୫୦ ରନ୍‌ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍‌

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ...

ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍‌ ରାହୁଲ

ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ...

ଆସିଗଲା ତାରିଖ: ଏହି ଦିନରୁ ଆରମ୍ଭ ହେବ ଆଇପିଏଲ ୨୦୨୫ !

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଆଇପିଏଲ ୨୦୨୫ ମେଗା ନିଲାମ ଖବର ଚର୍ଚ୍ଚାରେ ଅଛି। ଏହି ସମୟରେ ଆଇପିଏଲ ୨୦୨୫ ଆରମ୍ଭ ହେବାର ତାରିଖ ସାମ୍ନାକୁ ଆସିଛି। ଏକ...

ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା

ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର...

ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….

ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ...

କେ ଏଲ୍‌ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା

ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଅର୍ଡର...

ମୁମ୍ବାଇର ପ୍ରଥମ ମୁକାବିଲା ଖେଳିବେ ନାହିଁ ହାର୍ଦ୍ଦିକ, ସାମ୍ନାକୁ ଆସିଲା ବଡ଼ କାରଣ; ଜାଣନ୍ତୁ କିଏ ନେବ ନେତୃତ୍ୱ…

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ ୨୦୨୫ ଲାଗି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ହେଲେ ସେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ। ଆପଣ ଭାବୁଥିବେ...

ଅଷ୍ଟ୍ରେଲିଆ ବଜାରରେ ବଢୁଛି ‘କୋହଲିଙ୍କ ବ୍ୟାଟ୍‌’ କ୍ରେଜ୍‌: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସିଡନୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪କୁ ନେଇ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri