Categories: ଖେଳ

କରୋନା ଟିକା ନ ଆସିବାରୁ ରାଗିଗଲେ ଏହି ଖେଳାଳି: କହିଲେ ଏପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ଆସିନାହିଁ। ତେଣୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରି କଟକଣା ଲଗାଯାଇଥିଲା। ଏବେ ତାହା ମଧ୍ୟ ଉଠିସାରିଲାଣି। ତେବେ ଏବେ ବି ଅନେକ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ବର୍ଷ ଶେଷ ପର୍ଯ୍ୟନ୍ତ କରୋନା ଟିକା ଆସିଯିବ ବୋଲି ସମସ୍ତେ ଭାବୁଥିଲେ। ମାତ୍ର ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଲା, କିନ୍ତୁ ଟିକା ଆସିପାରିଲା ନାହିଁ। ଏ ନେଇ ଭାରତୀୟ କ୍ରିକେଟ ଟିମ୍‌ର ସ୍ପିନ୍‌ ବୋଲର ହରଭଜନ ସିଂ ରାଗ ପ୍ରକାଶ କରିଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ହରଭଜନ୍‌ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଲେଖିଛନ୍ତି, କରୋନା ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହିଁ। କିନ୍ତୁ କରୋନା ସହ ଲଢ଼ିବା ପାଇଁ ଅନ୍ୟ ପେଣ୍ଟ, ଫ୍ଲୋର୍‌ କ୍ଲିନର, ଟୟଲେଟ୍‌ କ୍ଲିନର, ସୋୟାବିନ୍‌ ତେଲ, ମଇଦା, ବେଶନ, ଇଆଡୁ ସିଆଡୁ ସବୁ ବଜାରକୁ ଆସିଯାଇଛି ବୋଲି ହରଭଜନ ରାଗରେ ଏପରି ଲେଖିଛନ୍ତି।
ପ୍ରକାଶ ଯେ, ବର୍ତ୍ତମାନ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂତନ ଆକ୍ରାନ୍ତଙ୍କଠାରୁ ଅଧିକ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମର କରିସାରିଛି।

Share