Categories: ଜାତୀୟ

କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଭିନ୍ଦ୍ରନଓ୍ବାଲେ ୧୯୮୪ ବ୍ଲୁଷ୍ଟାର ଅପରେଶନ ବେଳେ ମୃତ୍ୟୁ ବରଣ କରିଥିଲେ। ୪୦ ବର୍ଷୀୟ ଅଫ୍‌ ସ୍ପିନର କହିଛନ୍ତି ବ୍ଲୁଷ୍ଟାର ଅପରେଶନର ୩୭ତମ ବାର୍ଷିକ ପୂର୍ତ୍ତି ଅବସରରେ ସେ ଏକ ହ୍ବାଟ୍ସଆପ୍‌ ଫରଓ୍ବାର୍ଡ ପୋଷ୍ଟ କରିଥିଲେ। ଫଟୋଟିରେ ସ୍ଥାନିତ ବ୍ୟକ୍ତି ଜଣକ ଭିଦ୍ରନଓ୍ବାଲେ ବୋଲି ତାଙ୍କର ଧାରଣା ନ ଥିଲା। ଏହି ଇନ୍‌ଷ୍ଟ୍ରାଗାମ ପୋଷ୍ଟ ପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ସେ ଜଣେ ଶିଖ୍‌। ଭାରତ ବିରୋଧରେ ନୁହେଁ ଭାରତ ସପକ୍ଷରେ ସେ ଲଢିବେ।

Share