Categories: ଖେଳ

ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ହରଭଜନ; ଅଶ୍ୱିନଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୫।୮: ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ଭାରତର ପୂର୍ବ ସ୍ପିନର ହରଭଜନ ସିଂହ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନ ଖେଳାଇବାର ନିଷ୍ପତ୍ତି ଠିକ୍‌। ଅଶ୍ୱିନଙ୍କ ସ୍ଥାନରେ ଜାଡେଜାଙ୍କୁ ସାମିଲ କରି ଭାରତ ନିଜର ବ୍ୟାଟିଂକୁ ମଜଭୂତ କରିଛି ବୋଲି ହରଭଜନ କହିଛନ୍ତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମୁକାବିଲା ନିମନ୍ତେ ଘୋଷଣା ହୋଇଥିବା ଦଳରେ ଅଶ୍ୱିନଙ୍କ ନାମ ସାମିଲ ନ ଥିଲା। ତାଙ୍କ ସ୍ଥାନରେ ଜାଡେଜାଙ୍କୁ ସୁଯୋଗ ମିଳିଥିଲା। ଏହାକୁ ନେଇ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଅଶ୍ୱିନଙ୍କୁ ଦଳରୁ ବାହାର କରାଯାଇଥିବାରୁ କଟୁ ମନ୍ତବ୍ୟ ଦେଇଥିଲେ କ୍ରିକେଟ ପ୍ରଶଂସକ।

ଏବେ ହରଭଜନ ପ୍ରତିକ୍ରିୟା ରଖି ଏହି ନିଷ୍ପତ୍ତି ଠିକ୍‌ ବୋଲି କହିଛନ୍ତି। ଏହାଛଡ଼ା କେତେଜଣ ସ୍ପିନର ଖେଳାଯିବ ତାହା ଜଣା ନ ଥାଏ। ଜାଡେଜା ଟି ଟାଇମ୍‌ ପର୍ଯ୍ୟନ୍ତ ୫୦ ଓଭରରେ ତିନୋଟି ଓଭର ବୋଲିଂ କରିଥିଲେ। ଯେତେ ଓଭର ସ୍ପିନ ବୋଲିଂ କରିବାକୁ ଚାହିଁଲେ, ସେତିକି ଓଭର ଜାଡେଜା ବୋଲିଂ କରିପାରିବେ। ଏଣୁ ତାଙ୍କୁ ଏକମାତ୍ର ସ୍ପିନର ଭାବେ ବ୍ୟବହାର କରାଯାଇପାରିବ ନାହିଁ। ବିଦେଶରେ ସେ ଭଲ ଖେଳିଛନ୍ତି । ଦଳ ବ୍ୟାଟିଂରେ ପଛରେ ରହିବାକୁ ଚାହୁଁନାହିଁ। ଏଣୁ ଜାଡେଜାଙ୍କୁ ସାମିଲ କରାଯାଇଥିବା ଠିକ୍‌ ଲାଗୁଛି ବୋଲି ସେ କହିଛନ୍ତି।

Share