ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି କ୍ରିକେଟର

ମୁମ୍ବାଇ, ୧୬।୨ : ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ‘ଫ୍ରେଣ୍ଡଶିପ୍‌’ ନାମକ ତାମିଲ ଫିଲ୍ମ ଜରିଆରେ ଡେବ୍ୟୁ କରିବେ ଭେଟେରାନ ଅଫ୍‌ ସ୍ପିନର। ଏ ନେଇ ଟର୍ବୋନେଟର ଭାବେ ଜଣାଶୁଣା ଖେଳାଳି ସୋସିଆଲ ମିଡିଆରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଫଟୋରେ ଭଜିଙ୍କୁ ହାଫ୍‌ ଧୋତି ଓ ବ୍ଲୁ ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛି। ତେବେ ଭଜି ଫିଲ୍ମର ରିଲିଜ ଡେଟ୍‌ ପ୍ରକାଶ କରିନାହାନ୍ତି। କିନ୍ତୁ ନୂଆ ଅବତାରରେ ଫ୍ୟାନଙ୍କୁ ଭେଟିବା ଲାଗି ଉତ୍ସାହିତ ଥିବା କହିଛନ୍ତି। ତେବେ ତାଙ୍କର ଏହି ତାମିଲ ଫିଲ୍ମ ଗତବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା। ମାତ୍ର କରୋନା ମହାମାରୀ କାରଣରୁ ଘୁଞ୍ଚାଇ ଦିଆଯାଇଥିଲା ରିଲିଜ ଡେଟ୍‌।