Categories: ଖେଳ

ହରଭଜନଙ୍କୁ କରୋନା, ଖେଳିପାରିବେନି…

ନୂଆଦିଲ୍ଲୀ,୨୧।୧: ଭାରତର ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିନେଇ ସେ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏନେଇ ୪୧ ବର୍ଷୀୟ କ୍ରିକେଟର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ମୋର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ମୋର ସାମାନ୍ୟ ଲକ୍ଷଣ ରହିଛି। ଏଥିନେଇ ମୁଁ ଘରେ ପୃଥକାବାସରେ ଅଛି। ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛି। ମୋ ସମ୍ପର୍କରେ ଆସିଥିବା ଲୋକମାନେ ନିଜର ଶୀଘ୍ର ପରୀକ୍ଷା କରାଇନିଅନ୍ତୁ ବୋଲି ଅନୁରୋଧ କରୁଛି। ଦୟାକରି ସୁରକ୍ଷିତ ରୁହନ୍ତୁ ଓ ନିଜର ଯତ୍ନ ନିଅନ୍ତୁ ବୋଲି ହରଭଜନ ଟୁଇଟ୍‌ରେ କହିଛନ୍ତି।

ତେବେ ମସ୍କାଟରେ ଚାଲିଥିବା ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ହରଭଜନ ଅଂଶଗ୍ରହଣ କରିବାର ଥିଲା। ହେଲେ ଏବେ ସେ କରୋନା ପଜିଟିଭ୍‌ ଆସିଥିବା ଯୋଗୁ ଏଥିରେ ଭାଗ ନେଇପାରିବେ ନାହିଁ।

Share