Posted inଖେଳ

ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ ହୋଇଛି। ସେହିଭଳି ରାଜସ୍ଥାନ ରୟାଲ୍ସର ଖେଳିବା ପ୍ରାୟତଃ ପକ୍କା ବୋଲି କୁହାଯାଉଛି। ବାକି ୨ ସ୍ଥାନ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଟକ୍କର ହେବ। ଏସବୁ ମଧ୍ୟରେ ଆଇପିଏଲରେ କମେଣ୍ଟ୍ରି କରୁଥିବା ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂହ ସିଏସ୍‌କେ ଏବଂ ଆର୍‌ସିବି ପ୍ଲେ ଅଫ୍‌ ଯିବେ ବୋଲି କହିଛନ୍ତି। ଲିଗ୍‌ ଆରମ୍ଭରୁ ବିସ୍ଫୋରକ ଖେଳୁଥିଲେ ହେଁ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।

ହରଭଜନ କହିଛନ୍ତି, ହାଇଦ୍ରାବାଦ ଟିମ୍‌ ଦିନେ ଦିନେ ଭଲ ଖେଳେ ହେଲେ କଷ୍ଟକର ସ୍ଥିତିରେ ଭଲ କ୍ରିକେଟ ଦେଖାଏନାହିଁ। ତେବେ ଏବେ ଦଳ ୨ ମ୍ୟାଚ୍‌ ଖେଳିବ। ଏଥିରୁ ଗୋଟିଏରେ ଜିତିଲେ ଦଳ ପ୍ଲେ ଅଫ୍‌ ଜିତିବା ନିଶ୍ଚିତ ହୋଇଯିବ। ଏହାସତ୍ତ୍ୱେ ହରଭଜନ ଏହା ଅସମ୍ଭବ ବୋଲି କହିଛନ୍ତି।

ଏହାଛଡ଼ା ଚଳିତ ବର୍ଷ ଆଇପିଏଲ୍‌ କୋଲକାତା ଜିତିବ ବୋଲି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ସେ। ଟୁର୍ନାମେଣ୍ଟରେ ସର୍ବପ୍ରଥମେ ପ୍ଲେଅଫ୍‌ ପାଇଁ କ୍ୱାଲିଫାଏ କରିଛି ଦଳ। ଏହାର ଖେଳାଳିମାନେ ଜବରଦସ୍ତ ଫର୍ମରେ ଥିବାରୁ ଏହା ନିଶ୍ଚିତ ହେବ ବୋଲି ହରଭଜନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri