Categories: ଖେଳ

ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଲେ ହରଭଜନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ମହାନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ  ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଅଧିନାୟକ ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତର ପରବର୍ତ୍ତୀ ଟେଷ୍ଟ ମ୍ୟାଚ ପୂର୍ବରୁ ହରଭଜନ କହିଛନ୍ତି, ମୁଁ ଭାବୁଛି ଲୋକମାନେ ରୋହିତଙ୍କୁ ସମାଲୋଚନା କରିବା ଅଦତ୍କ ହୋଇଯାଉଛି। କ୍ରିକେଟ ହେଉଛି ଏକ ଦଳ ଭିତ୍ତିକ ଖେଳ। ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଫାଇନାଲରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ନ ଥିଲା। କେବଳ ରୋହିତଙ୍କୁ ରନ ସ୍କୋର ନ କରିବା ଏବଂ ଭଲ ଅଧିନାୟକତ୍ୱ ନ କରିବାକୁ ସମାଲୋଚନା କରିଯିବା ଅନ୍ୟାୟ। ମୁଁ ଭାବୁଛି ସେ ଜଣେ ଚମତ୍କାର ଅଧିନାୟକ। ରୋହିତଙ୍କୁ ତାଙ୍କର ନେତୃତ୍ୱ ଦକ୍ଷତା ପ୍ରମାଣ କରିବାକୁ ସମୟ ଦିଆଯିବା ଉଚିତ ଏବଂ ଏଥିରେ ତାଙ୍କୁ ସମର୍ଥନ କରାଯିବା ଉଚିତ।
ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଭାରତର ଅଧିନାୟକ କରାଯାଇଥିଲା। ତେବେ ରୋହିତ ଅଧିନାୟକ ହେବା ପରେ ମଧ୍ୟ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ଏଥି ସହିତ ଦଳକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଅଷ୍ଟ୍ରେଲିଆଠରୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Share