Categories: ଖେଳ

ଚହଲଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ହରଭଜନ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ।

ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ହରଭଜନ କହିଛନ୍ତି, ଏସିଆ କପ୍‌ ଲାଗି ଚୟନ ହୋଇଥିବା ଟିମ୍‌ରେ ଚହଲଙ୍କ ଅନୁପସ୍ଥିତି ଦେଖି ନିରାଶ ହେଲି। ମୋ ମତରେ ତାଙ୍କୁ ଦଳରେ ରଖିବା ଆବଶ୍ୟକ ଥିଲା। ସେ ଏଭଳି ଜଣେ ସ୍ପିନର ଯିଏ ବଲ୍‌କୁ ଟର୍ନ କରାଇପାରନ୍ତି। ଯଦି ପ୍ରକୃତ ସ୍ପିନର କଥା ପଡେ ତେବେ ସୀମିତ ଓଭର ଫର୍ମାଟରେ ଭାରତ ଲାଗି ଚହଲଙ୍କଠାରୁ ଭଲ ସ୍ପିନର କେହି ନାହାନ୍ତି। ଗତ କିଛି ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଭଲ ନ ଥିଲା। ଏହାଦ୍ୱାରା ସେ ଖରାପ ବୋଲର ହୋଇଯିବେ ନାହିଁ। କହିବାକୁ ଗଲେ ତାଙ୍କୁ ଚୟନ କରା ନ ଯାଇ ଭୁଲ କରାଯାଇଛି ବୋଲି ସେ କହିଛନ୍ତି।

Share