Categories: ଖେଳ

ପଡ଼ିଆକୁ ଫେରିବେ ହରଭଜନ

ନୂଆଦିଲ୍ଲୀ,୧୪ା୭: ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ କ୍ରିକେଟ ପଡ଼ିଆକୁ ଫେରିବେ। ସେପ୍ଟେମ୍ବରରେ ହେବାକୁ ଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ରେ ସେ ଅଂଶଗ୍ରହଣ କରିବେ। ଫଳରେ ସେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ, ଇର୍ଫାନ ପଠାନ, ୟୁସୁଫ୍‌ ପଠାନ, ଅଷ୍ଟ୍ରେଲିଆର ପୂର୍ବତନ ସ୍ପିଡ୍‌ଷ୍ଟର ବ୍ରେଟ୍‌ ଲି, ସ୍ପିନ କିମ୍ବଦନ୍ତୀ ମୁଥୟା ମୁରଲୀଧରନ ଏବଂ ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଓନ ମୋର୍ଗାନଙ୍କ ସହ ଯୋଗ ଦେବେ।

ଏଲ୍‌ଏଲ୍‌ସିର ଦ୍ୱିତୀୟ ସିଜନରେ ୪ଟି ଦଳ ଓ ୧୧୦ ପୂର୍ବତନ ଖେଳାଳି ଭାଗ ନେବେ। ହରଭଜନଙ୍କ ବ୍ୟତୀତ ପୂର୍ବତନ ବାଂଲାଦେଶ ଅଧିନାୟକ ମାଶ୍ରାଫି ମୋର୍ତାଜ୍‌ ମଧ୍ୟ ଏଲଏଲସିର ଆଗାମୀ ସଂସ୍କରଣରେ ଭାଗ ନେବେ। ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ଦୀନେଶ ରାମ୍‌ଦିନ୍‌ ଆଗାମୀ ସିଜନ ପାଇଁ ଖେଳାଳି ଚିଠା ତାଲିକାରେ ସ୍ଥାନ ପାଇଛନ୍ତି।

Share