ଅଧିକାଂଶ ଘରେ ଭୃସଙ୍ଗ ପତ୍ର ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଉଥିବା ଦେଖାଯାଇଥାଏ । ଏହାଦ୍ୱାରା ଶରୀରର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ନ ଜାଣି ଥିଲେ ବି ଅନେକ ଏହାର ଲାଭ ଉଠାଇ ଥାଆନ୍ତି ।
-ଡାଇବେଟିସ୍ ବା ମଧୁମେହ ରୋଗୀ ଖାଦ୍ୟରେ ଭୃସଙ୍ଗ ପତ୍ର ବ୍ୟବହାର କଲେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ।
-କଫ ହୋଇଥିଲେ, କଫ ଶୁଖିଯାଇଥିଲେ ବା ଜମାଟ ବାନ୍ଧିଥିଲେ ଭୃସଙ୍ଗ ପତ୍ରକୁ ବାଟି ବା ଏହାର ପାଉଡରକୁ ମହୁ ସହ ଖାଇଲେ ଲାଭ ମିଳିଥାଏ ।
-ଆଇରନ୍ ଓ ଫଲିକ୍ ଏସିଡ୍ର ଗନ୍ତା ଘର ହେଉଛି ଭୃସଙ୍ଗ ପତ୍ର । ନିୟମିତ ଏହାକୁ ଖାଇଲେ ଏନିମିଆ ଭଳି ସମସ୍ୟା ଦୂର ହୋଇଥାଏ ।
-ଯେ କୌଣସି ଚର୍ମ ସମସ୍ୟା ପାଇଁ ଭୃସଙ୍ଗ ପତ୍ରକୁ ବ୍ୟବହାର କରାଯାଇପାରେ ।
-ଘନ, କଳା ଓ ମଜଭୁତ କେଶ ପାଇଁ ଭୃସଙ୍ଗ ପତ୍ରକୁ ନଡିଆ ତେଲରେ ଫୁଟାଇ ଏହାକୁ ଥଣ୍ଡା କରି ଲଗାଇବା ଦ୍ୱାରା ଲାଭ ମିଳିଥାଏ ।
-ହଜମ ଶକ୍ତି ବୃଦ୍ଧି କରିବା ପାଇଁ ଭୃସଙ୍ଗ ପତ୍ରକୁ ଦହି ସହ ଖାଇଲେ ଲାଭ ମିଳିଥାଏ ।