Advertisement

କୋର୍ଟ ନେବା ବାଟରେ ହାର୍ଡକୋର ଅପରାଧୀ କୂଳଦୀପ ଜଘିନା ଉପରେ ଗୁଳିମାଡ: ଘଟଣାସ୍ଥଳରେ ମୃତ୍ୟୁ

ଜୟପୁର,୧୨।୭: ହାର୍ଡକୋର ଅପରାଧୀ କୂଳଦୀପ ଜଘିନାଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ବୁଧବାର କୂଳଦୀପଙ୍କୁ କୋର୍ଟକୁ ନିଆଯାଉଥିବାବେଳେ ଏହି ଘଟଣା ଘଟିଛି। ଜୟପୁରରୁ ଭରତପୁରକୁ କୂଲଦୀପ ଜଗିନା ଏବଂ ତାଙ୍କ ସହଯୋଗୀ ବିଜୟପାଲ ନିଆଯାଉଥିା ବେଳେ ହାଲେନା ପୋଲିସ ଷ୍ଟେଶନ ଅଞ୍ଚଳର ଆମୋଲି ଟୋଲ ପ୍ଲାଜା ନିକଟରେ ଗୁଳିମାଡ ହୋଇଥିଲା। ଫଳରେ ଉଭୟ ହାର୍ଡକୋର ଅପରାଧୀଙ୍କର ମୃତ୍ୟୁ ଘଟିଥିଲା। ଉଭୟଙ୍କ ମୃତଶରୀରକୁ ନେଇ ପୋଲିସ ଜିଲା ଡାକ୍ତରଖାନାରେ ପହଞ୍ଚିଛି। ଏଥି ସହିତ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ସୂଚନାଯୋଗ୍ୟ, କ୍ରୁପାଲ ଜଘିନା ହତ୍ୟା ମାମଲାରେ କୂଳଦୀପଙ୍କୁ ଜୟପୁର ଜେଲରେ ରଖାଯାଇଥିଲା ଏବଂ ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ବସ ଯୋଗେ ଅଣାଯାଇଥିଲା। ରାସ୍ତାରେ ଗୁଳିମାଡ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share