ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମରେ ୫ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ମୃତ ମାଓବାଦୀ ଜଣକ ହେଲେ ରାମସୁ। ସେ ଇନ୍ଦ୍ରାବତୀ ଏରିଆ କମିଟି ମାଓବାଦୀ ସଙ୍ଗଠନର ଡିଭିସିଏମ୍‌ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ ରାମସୁ। ଗୁଳି ବିନିମୟ ପରେ ଘଟଣାସ୍ଥଳ ତଲାସୀ ବେଳେ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଅନ୍ୟପକ୍ଷରେ ଶନିବାର ଶତାଧିକ ମାଓବାଦୀ ଏକାଠି ହୋଇ ପୋଲିସକୁ ଟାର୍ଗେଟ କରିବାକୁ ଏକ ବଡ ଯୋଜନା କରିଥିଲେ। ପୋଲିସ ଗୁଳିକୁ ସାମ୍ନା କରି ନ ପାରି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ଏହି ଗୁଳି ବିନିମୟ ସମୟରେ ଅନେକ ଟପ କ୍ୟାଡର ମାଓବାଦୀ ଅଳ୍ପକେ ବର୍ତ୍ତି ଯାଇଥିବା ଦନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି।

Share