ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ ଲକ୍ଷର ପୁରସ୍କାର

ମାଲକାନଗିରି,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ପାଣ୍ଡୁରାମ ସାଲବାମ। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପାଣ୍ଡୁରାମ ତେଲଙ୍ଗାନା-ଛତିଶଗଡ଼ ସୀମାନ୍ତ ମାଓବାଦୀ ସଙ୍ଗଠନରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ସେ ଅନେକ ମାଓବାଦୀ ହିଂସାରେ ଜଡିତ ଥିଲେ। ପୋଲିସ ଉପରେ ଗୁଳିଚାଳନା, ଆଇଇଡି ବିସ୍ପୋରଣ, ଅସ୍ତ୍ରାଗାର ଲୁଟ ଭଳି ଅନେକ ସଙ୍ଗିନ ଅଭିଯୋଗ ତାଙ୍କ ନାମରେ ରହିଛି। ମାଓବାଦୀଙ୍କ ମଧ୍ୟରେ ପୂର୍ବ ଆଦର୍ଶ ଆଉ ନ ଥିବା ଏବଂ ସାଥୀ ମାଓବାଦୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ସଙ୍ଗଠନ ଛାଡ଼ିଥିବା ବିଜାପୁର ଏସ୍‌ପି କମଳଲୋଚନ କଶ୍ୟପଙ୍କ ନିକଟରେ ପ୍ରକାଶ କରିଛନ୍ତି।

Share