ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…

ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ ଥାଏ। ଏହି ପରୀକ୍ଷାରେ ନମ୍ବର ରଖିବା ପରୀକ୍ଷାର୍ଥୀଙ୍କ ପାଇଁ କାଠିକର ପାଠ ହୋଇଥାଏ। ଏହି କରୀକ୍ଷାର ନାମ ହେଉଛି ଗୋଓକାଓ । ଏହା ଚାଇନାରେ କରାଯାଇଥାଏ। ଚାଇନାରେ ଉଚ୍ଚଶିକ୍ଷା ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ। ଏହାକୁ ବିଶ୍ୱର ସବୁଠାରୁ କଷ୍ଟକର ପରୀକ୍ଷା ମଧ୍ୟରେ ପ୍ରଥମ ସ୍ଥାନରେ ରଖାଯାଇଛି। ଏହି ପରୀକ୍ଷା ଜାତୀୟ ଉଚ୍ଚଶିକ୍ଷା ପ୍ରବେଶିକା ପରୀକ୍ଷା ଭାବରେ ମଧ୍ୟ ଜଣାଶୁଣା। ପିଲାମାନେ ବିଦ୍ୟାଳୟକୁ ଯିବା ମାତ୍ରେ ଏହି କଠିନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ ।

ଗୋଓକାଓର ଅର୍ଥ ହେଉଛି ଉଚ୍ଚଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା। ୧୯୫୨ମସିହାରେ ଚାଇନାରେ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ଅବଶ୍ୟ, ଏହା ୧୯୬୬ ରୁ ୧୯୭୬ ମଧ୍ୟରେ ମାଓ ଜେଡୋଙ୍ଗଙ୍କ ସାଂସ୍କୃତିକ ବିପ୍ଳବ ସମୟରେ ବନ୍ଦ ହୋଇଯାଇଥିଲା ।

ଏହି ପରୀକ୍ଷାର ମହତ୍ତ୍ୱକୁ ଅନୁଧ୍ୟାନ କରାଯାଇପାରିବ, ପରୀକ୍ଷା ସମୟରେ କୌଣସି ପିଲା କିଛି ଅନୈତିକ ଉପାୟ ନ କରିବା ପାଇଁ ପ୍ରଶାସନ ସମସ୍ତ ସମ୍ଭାବ୍ୟ ଉଦ୍ୟମ କରିଥାଏ। ସିସିଟିଭି କ୍ୟାମେରା ଠାରୁ ଆରମ୍ଭ କରି ଗ୍ଲୋବାଲ ପୋଜିଶନିଂ ସିଷ୍ଟମ (ଜିପିଏସ) ଟେକ୍ନୋଲୋଜି ପର୍ଯ୍ୟନ୍ତ ଏକ ଦୃଢ଼ ସୁରକ୍ଷା ବ୍ୟବସ୍ଥାର ସହାୟତା ନିଆଯାଇଥାଏ। ଏହା ବ୍ୟତୀତ ଡ୍ରୋନ ଦ୍ୱାରା ଏରିଏଲ ସିସିଟିଭି ବ୍ୟବହାର କରାଯାଇଥାଏ। ୨୦୧୬ ମସିହାରେ ଚାଇନା ସରକାର ଘୋଷଣା କରିଥିଲେ ଗୋଓକାଓରେ ଅନୈତିକ ଉପାୟ ଅବଳମମ୍ବନ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଜେଲ ଦଣ୍ଡାଦେଶ କରାଯିବ।
ଗୋଓକାଓ ପରୀକ୍ଷାର ନିଜସ୍ବ ଫର୍ମାଟ ଅଛି। ଏଥିରେ ଚାଇନିଜ ଭାଷା, ଗଣିତ ଏବଂ ଏକ ବିଦେଶୀ ଭାଷା ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଏ। ଛାତ୍ରୀଛାତ୍ରମାନେ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ କରୁଥିବାବେଳେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଇତିହାସ, ରାଜନୀତି, ଭୂଗୋଳ, ଜୀବବିଜ୍ଞାନ ପରି ଅନ୍ୟାନ୍ୟ ବିଷୟ ଚୟନ କରିପାରିବେ ।

Share