Categories: ଖେଳ

ଏହି ଦେଶ ବିପକ୍ଷ ସିରିଜରେ ହାର୍ଦ୍ଦିକ କରିବେ ବିଶ୍ରାମ, ଅଧିନାୟକ ପଦ ସମ୍ଭାଳିବେ…

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ଭାରତୀୟ ଟିମ୍‌ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ଟେଷ୍ଟ, ୩ ଦିନିକିଆ ଏବଂ ୫ ଟି୨୦ ମ୍ୟାଚ୍‌ର ସିରିଜ୍‌ ଖେଳୁଛି। ଏହାପରେ ଭାରତ ୩ ଟି୨୦ ମ୍ୟାଚ୍‌ର ସିରିଜ ଖେଳିବାକୁ ଆୟରଲ୍ୟାଣ୍ଡ ଗସ୍ତ କରିବ। ଏହି ଗସ୍ତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ସିରିଜରୁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଛି। ବିଶ୍ୱକପ୍‌ ଏବଂ ଏସିଆ କପ୍‌କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଟି୨୦ ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବାରୁ ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍‌ର ନେତୃତ୍ୱ ମିଳିପାରେ। ସେହିଭଳି ଅନ୍ୟ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ପ୍ରମୁଖଙ୍କୁ ବିଶ୍ରାମ ଦିଆଯିବ। କେବଳ ସେତିକି ନୁହେଁ ନିୟମିତ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏବଂ ତାଙ୍କ ସହଯୋଗୀ ସପୋର୍ଟ ଷ୍ଟାଫ୍‌ ବିକ୍ରମ ରାଠୋର(ବ୍ୟାଟିଂ କୋଚ୍‌). ପାରସ ମହାମ୍ବ୍ରେ(ବୋଲିଂ କୋଚ୍‌)ଙ୍କୁ ମଧ୍ୟ ବିଶ୍ରାମ ଦିଆଯିବ। ଏଭଳି ସ୍ଥିତିରେ ଏନ୍‌ସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଆୟରଲ୍ୟାଣ୍ଡ ଗସ୍ତରେ ଭାରତୀୟ ଟିମ୍‌ର କୋଚ୍‌ ହେବେ।

Share