Advertisement

ଧୋନୀଙ୍କ ଭଳି ବ୍ୟାଟିଂ କରିବା ଶିଖିଗଲେଣି ଏହି କ୍ରିକେଟର; ରାଇନା କହିଲେ ବିଶ୍ୱକପ୍‌ରେ ଚମକିବେ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ସତ, ହେଲେ ଏବେ ଭାରତୀୟ ଟିମ୍‌ର ଜଣେ ଖେଳାଳି ଧୋନୀଙ୍କ ଭଳି ଖେଳିବା ଶିଖି ଗଲେଣି। ଏହି ଖେଳାଳିଜଣଙ୍କ ହେଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। କିଛି ଏଭଳି କହି ଚର୍ଚ୍ଚାରେ ଧୋନୀଙ୍କ ପ୍ରିୟ ବନ୍ଧୁ ଏବଂ ପୂର୍ବତନ କ୍ରିକେଟର ସୁରେଶ ରାଇନା।

ରାଇନା କହିଛନ୍ତି, ଚଳିତ ଥରର ଟି୨୦ ବିଶ୍ୱକପ୍‌ରେ ପାଣ୍ଡ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ସେ ଧୋନୀଙ୍କ ଭଳି ଖେଳିବା ଶିଖି ଗଲେଣି। ଏବେ ସେ ବିଶ୍ୱକପ୍‌ରେ ଧମାଲ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।

କହିରଖୁଛୁ ଯେ, ଏବେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏଠାରେ ଦଳ ଦୁଇଟି ଅନ ଅଫିସିଆଲ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳି ସାରିଛି, ଯେଉଁଥିରୁ ଗୋଟିଏରେ ବିଜେତା ହୋଇଥିବା ବେଳେ ଦ୍ୱିତୀୟଟିରେ ପରାଜିତ ହୋଇଛି। ଏବେ ଦଳ ଦୁଇଟି ଅଫିସିଆଲ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିବ। ଏହାପରେ ବିଶ୍ୱକପ୍‌ ଆରମ୍ଭ ହେବ। ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍‌ ଖେଳିବ। ମେଲବର୍ନରେ ଏହି ମ୍ୟାଚ ଦୀପାବଳି ପୂର୍ବଦିନ ଅନୁଷ୍ଠିତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share